ଜଗତସିଂହପୁର ବିବାହ ଉତ୍ସବରେ ଗଣ୍ଡଗୋଳ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ତିର୍ତୋଲ ଥାନା ଦଇଁଲୋ ଗାଁରେ ଛୁରାମାଡ, କନ୍ୟା ଭାଇ ଗୁରୁତର

29

କନକ ବ୍ୟୁରୋ : ବିବାହ ଉତ୍ସବ ସମୟରେ ଗଣ୍ଡଗୋଳ । ଜଗତସିଂହପୁର ଜିଲ୍ଳା ତିର୍ତୋଲ ଥାନା ଦଇଁଲୋ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗଣ୍ଡଗୋଳରେ ଆହତ ଦୁଇଜଣଙ୍କୁ ମଣିଜଙ୍ଗା ଡ଼ାକ୍ତରଖାନା ଏବଂ ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ଦଇଁଲୋ ଗାଁର ଶୁକଦେବ ମିଶ୍ରଙ୍କ ଝିଅ ବାହାଘର ଚାଲିଥିବା ସମୟରେ ବାହାଘର ଶୋଭାଯାତ୍ରକୁ ନେଇ ଗଣ୍ଡଗୋଳ ହୋଇଥିଲା । ସୁଚନା ଅନୁସାରେ ସେହି ଗାଁର ଅଭିଜିତ ମହାନ୍ତି ନାମକ ଜଣେ ଯୁବକ ଗଣ୍ଡଗୋଳ କରିଥିଲେ । ଏହି ସମୟରେ କନ୍ୟାର ଭାଇ ବୁଝାସୁଝା କରିବା ସମୟରେ ଅଭିଜିତ ତାଙ୍କ ଭାଇଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି ।