ମର୍ଡର କେସ୍ ନେଇ ଅଡୁଆରେ ଶିଳ୍ପପତି ମହିମା ମିଶ୍ର : ଜଗତସିଂହପୁର ପୁଲିସ୍ ଜାରି କଲା ଲୁକ୍ ଆଉଟ୍ ନୋଟିସ୍

27

ଜଗତସିଂହପୁର : ଶିଳ୍ପପତି ମହିମା ମିଶ୍ରଙ୍କ ନାଁରେ ଜାରି ଲୁକ ଆଉଟ୍ ନୋଟିସ୍ ଜାରି କରାଯାଇଛି । ପାରାଦୀପ ଅର୍ଥାତ୍ ମହିମା ମିଶ୍ର ଦେଶ ଛାଡି କୁଆଡେ ଯାଇପାରିବେ ନାହିଁ । ସିୱେଜ ମ୍ୟାନେଜର ହତ୍ୟାକାଣ୍ଡ ମାମଲାରେ ଲୁକ ଆଉଟ ନୋଟିସ ଜାରି କରିଛି ଜିଲ୍ଲା ପୁଲିସ୍ । ସତର୍କତା ମୂଳକ ପଦକ୍ଷେପ ନେଇ ଗତ ୨୮ ତାରିଖରୁ ଲୁକ ଆଉଟ ନୋଟିସ୍ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ।

ବୋମାମାଡ ପରେ ଗୁଳିମାଡରେ ସିୱେଜ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଜାରି ରହିଛି ତେଣୁ ଏ ସମୟରେ ଶିଳ୍ପପତି ମହିମା ମିଶ୍ର ଯେଭଳି ଦେଶ ଛାଡି ବାହାରକୁ ପଳାଇ ନଯାଆନ୍ତି ସେଥିପାଇଁ ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ଲୁକ ଆଉଟ୍ ନୋଟିସ ଜାରି କରିଛି ପୁଲିସ୍ ।