ଜଗତସିଂପୁର : କଲ୍ଲୋଳ ଜିଲ୍ଲା ମହୋତ୍ସବରେ ବିବାଦ, ନେତା ପଂହଚିବାରୁ ବନ୍ଦ ହେଲା ନାଚ

32

କନକ ବ୍ୟୁରୋ : ଜଗତସିଂପୁର ଜିଲ୍ଲା ମହୋତ୍ସବ କଲ୍ଲୋଳରେ ଦେଖାଦେଇଛି ବିବାଦ । ନେତା ପଂହଚିବାରୁ ବନ୍ଦ ହେଲା ନାଚ । ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି ନେତା ବିଷ୍ଣୁ ଦାସ ପହଁଚିଥିଲେ । ଆଉ ସେତେବେଳେ ମଂଚରେ ପ୍ରଦର୍ଶିତ ହେଉଥିଲା ଓଡିଶୀ ନୃତ୍ୟ । କିନ୍ତୁ ନେତାଙ୍କ ଆଗମନକୁ ଦେଖି ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିଲେ ଆୟୋଜକ ।

ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତିକୁ ପ୍ରତିବାଦ କରିଥିଲେ କଳାକାର । ଏହାକୁ ନେଇ ବେଶ୍ କିଛି ସମୟ ପର୍ଯ୍ୟନ୍ତ ହଙ୍ଗାମା ବି ଚାଲିଥିଲା । ଜଗତସିଂହପୁର ଜିଲ୍ଲା ମହୋତ୍ସବ ଆରମ୍ଭ ହେବା ପରଠାରୁ ଜୋରଦାର ହୋଇଛି ରାଜନୈତିକ ବିବାଦ । ଜହତସିଂହପୁର ବିଜେଡି ରାଜନୀତିର ଦୁଇ ହେଭିୱେଟ୍, ଦାମ ଓ ବିଷ୍ଣୁଙ୍କ ବିବାଦ ହିଁ ଏହାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ଆଉ ଏବେ ପୁଣି ଥରେ କଳ୍ଲୋଳରେ ରାଜନୀତି ସୃଷ୍ଟି କରିଛି କନ୍ଦଳ ।