ଜଗତସିଂହପୁରରେ ଚାଲିଛି କଲ୍ଲୋଳ ମହୋତ୍ସବ ! ଉତ୍ସବକୁ ଆକର୍ଷିତ କରିବା ପାଇଁ ଜିଲ୍ଲା ସଂସ୍କୃୁତି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

52

କନକ ବ୍ୟୁରୋ : ଜଗତସିଂହପୁରରେ ଚାଲିଛି କଲ୍ଲୋଳ ମହୋତ୍ସବ । ଏହି ଉତ୍ସବ ଜିଲ୍ଲା ବାସୀଙ୍କ ମନରେ ଆନନ୍ଦ, ଉଦ୍ଦୀପନା ସୃଷ୍ଟି କରିଥିବା ବେଳେ ସଂଧ୍ୟାରେ ଆୟୋଜିତ ବିଭିନ୍ନ ସାଂସ୍କୃୁତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ଚାଲିଛି କଲ୍ଲୋଳ ମହୋତ୍ସବ । ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ଆଜି ହେଉଛି ଶେଷ ଦିନ ।

ଜିଲ୍ଲାର ଐତିହ୍ୟ, ସଂସ୍କୃୁତି ତଥା ପରମ୍ପରାର ଗାଥା ବହନ କରୁଥିବା ଏହି ମହୋତ୍ସବରେ ଲୋକଙ୍କ ପ୍ରବଳ ଭିଡ ଜମୁଛି । ଉତ୍ସବକୁ ଅଧିକ ଆକର୍ଷିତ କରିବା ପାଇଁ ଆୟୋଜକ ତଥା ଜିଲ୍ଲା ସଂସ୍କୃୁତି ପରିଷଦ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ବିିଭିନ୍ନ ଧରଣର ଶତାଧିକ ଷ୍ଟଲ୍ ପ୍ରଦର୍ଶିତ ହେବା ସହ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।

ଜଗତସିଂହପୁର ପରି ଏକ ସଂସ୍କୃତି ସମ୍ପନ୍ନ ଜିଲ୍ଲାରେ ଏଭଳି ମହୋତ୍ସବ ବେଶ୍ ଗୁରୁତ୍ୱ ପୂର୍ଣ୍ଣ ବୋଲି ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ କହିଛନ୍ତି । ମହୋତ୍ସବରେ ବିଭିନ୍ନ ଚଟପଟି ଖାଦ୍ୟ ଖାଇବା ସହ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା କଳାକାର ମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କର ବେଶ ଭିଡ ଜମୁଛି ।