ଜଗତସିଂହପୁର ସହର ଠାରୁ ୧୫ କିମି. ଦୂରରେ ଖୋଲିଲା ଆଦର୍ଶ ବିଦ୍ୟାଳୟ : ହେଲେ ଜଣେ ନିୟମିତ ଶିକ୍ଷକ ନାହାଁନ୍ତି, ଅନ୍ଧାରରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

147

କନକ ବ୍ୟୁରୋ : ଜଗତସିଂହପୁର ସଦର ବ୍ଲକ ଶାଳଜଙ୍ଗ ଠାରେ ଚଳିତ ଶିକ୍ଷା ବର୍ଷରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ଜଗତସିଂହପୁର ସହର ଠାରୁ ୧୫ କିମି. ଦୂରରେ ଖୋଲିଛି ଏହି ଆଦର୍ଶ ବିଦ୍ୟାଳୟ । ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ ୧୬୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ହେଲେ ବଡ ଦୁଃଖର ବିଷୟ ହେଉଛି ଏହି ଆଦର୍ଶ ବିଦ୍ୟାଳୟରେ ଜଣେ ହେଲେ ବି ନିୟମିତ ଶିକ୍ଷକ ନିଯୁକ୍ତି ହୋଇନାହାଁନ୍ତି । ସିବିଏସି ଢାଂଚାରେ ଆରମ୍ଭ ହୋଇଥିବା ଏହି ଆଦର୍ଶ ବିଦ୍ୟାଳୟରେ କୌଣସି ସିବିଏସି ବା ତାଲିମ ପ୍ରାପ୍ତ ଶିକ୍ଷକ ନିଯୁକ୍ତି ହୋଇ ନ ଥିବା ବେଳେ ନିକଟସ୍ଥ ଓଡିଆ ମିଡିୟମ ସ୍କୁଲରୁ ୬ ଜଣ ଶିକ୍ଷକ ଡେପୁଟେସନରେ ଆସି ୩ ଦିନ ଲେଖାଁଏ ପାଳି କରି ପାଠ ପଢାଉଛନ୍ତି ।

ସ୍କୁଲରେ ଇଂରାଜୀ, ଗଣିତ, ବିଜ୍ଞାବ, ସାମାଜିକ ବିଜ୍ଞାନ ପଢାଇବା ପାଇଁ ଶିକ୍ଷକ ଥିବା ବେଳେ ହିନ୍ଦୀ, ସଂସ୍କୃତ ଓ କଂମ୍ପୁଟର ଶିକ୍ଷାଦାନ ପାଇ ଶିକ୍ଷକ ନଥିବାରୁ ଅବିଭାବକ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ୨ ସାମ ହେବ ସ୍କୁଲ ଖୋଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ସବୁ ବିଷୟ ପାଠପଢା ଯାଇ ନାହିଁ । ଏପରିକି ଛାତ୍ରଛତ୍ରୀ ମାନଙ୍କୁ ଦିଆଯାଉଥିବା ମଧ୍ୟ୍ୟାନ ଭୋଜନ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏହି ଅବାସିକ ଆଦର୍ଶ ବିଦ୍ୟାଳୟର ଗୃହ କାର୍ଯ୍ୟ ଶେଷ ହୋଇ ନ ଥିବାରୁ ତରବରିଆ ଭାବେ ଚଳିତ ବର୍ଷ ପଠ୍ୟକ୍ରମ ଆରମ୍ଭ କରାଯାଇଛି । ହଷ୍ଟେଲ ସୁବିଧା ନଥିବାରୁ ଛାତ୍ରଛତ୍ରୀ ୧୫ କିଲୋମିଟର ରାସ୍ତା ଯିବା ଆସିବା କରୁଛନ୍ତି । ଏ ବାବଦରେ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ନିୟମିତ ଶିକ୍ଷକ ନିଯୁକ୍ତି ହୋଇ ନପାରିବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ସେପଟେ ତାଲିମ ପ୍ରାପ୍ତ ଶିକ୍ଷକଙ୍କୁô ଆଦ୍ରର୍ଶ ସ୍କୁଲରେ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।