ଦିନକ ପରେ ଜାଗର ! ଢେଙ୍କାନାଳ କପିଳାସ ପୀଠରେ ଶିବରାତ୍ରୀ ନେଇ ପ୍ରସ୍ତୁତି ଚୂଡାନ୍ତ

116

କନକ ବ୍ୟୁରୋ : ଆଉ ଦିନକ ପରେ ମହାଶିବରାତ୍ରୀ ଜାଗର ଉତ୍ସବ । ତେଣୁ ଚଳଚଂଚଳ ହୋଇଉଠିଛି ଢେଙ୍କାନାଳ ଜିଲ୍ଲାର କପିଳାସ ପୀଠ । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି । ପ୍ରଭୁ ଶ୍ରୀଚନ୍ଦ୍ରଶେଖର ଜୀଉଙ୍କ ନିକଟକୁ ଯିବାକୁ ୨ଟି ବାଟ ରହିଛି ।

୧୩୫୨ ପାହାଚ ରାସ୍ତାରେ ରାତିକାଳୀନ ସୁରକ୍ଷା ଏବଂ ଆଲୋକୀକରଣ କରିବା ଲାଗି ମନ୍ଦିର କମିଟି ପ୍ରଶାସନ ନିକଟରେ ଦାବି ରଖିଛି । ସେହିପରି ୧୨ବାଙ୍କ ରାସ୍ତା ଦେଇ ଯାନବାହାନରେ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଲାଗି ପ୍ରତି ବାଙ୍କରେ ପୋଲିସ ମୁତୟନ କରାଯାଉଛି । ଚଳିତ ବର୍ଷ ୫ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖି ଆଗରେ ରଖି ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ନୀରବଛିନ୍ନ ବିଦ୍ୟୁତ ଯୋଗାଣ, ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଜିଲ୍ଲା ଦେବୋତ୍ତର ଅଧିକାରୀ କହିଛନ୍ତି ।