କନକ ବ୍ୟୁରୋ : ଚର୍ଚ୍ଚାରେ ଜଗନ୍ନାଥଙ୍କ କୁନି ସେବାୟତ । ୨୯ ଦିନର କୁନି ଶିଶୁ ସାମିଲ ହେଲେ ଜଗନ୍ନାଥଙ୍କ ପରିବାରରେ । ମହାପ୍ରଭୁଙ୍କ ପ୍ରମୁଖ ସେବକ ହେଉଛନ୍ତି ଦଇତାପତି ସେବାୟତ । ଜଗନ୍ନାଥଙ୍କ ଅଣସର ସମୟରେ ଦଇତାପତିଙ୍କୁ ମିଳିଥାଏ ସ୍ୱତନ୍ତ୍ର ସେବା । ଏହି ସେବାରେ ସାମିଲ ହୋଇଛନ୍ତି ୨୯ ଦିନର କୁନି ଦଇତାପତି । ଶିଶୁ ସେବାୟତ ଜଣକ ଶ୍ରୀମନ୍ଦିର ଭିତରେ ଅଣସର ଘରେ ପହଁଚିବା ପରେ ପିଲାଟିକୁ ମିଳିଛି ସେବାୟତର ଅଧିକାର । ଏଥିସହ ଶିଶୁ ଦଇତାପତିଙ୍କ ପ୍ରାପ୍ୟ ପାଉଣା ଲାଗୁ ହୋଇଥିବା ବେଳେ ଦଇତାପତିଙ୍କ ଭାଗାରି ବା ଭାଇ ଭାବେ ପରିଗଣିତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବୁଧବାର ସନ୍ଧ୍ୟାରେ ଦଇତାପତି ବଂଶର ଜଣେ ସେବକଙ୍କ ୨୯ ଦିନର ଶିଶୁପୁତ୍ରକୁ ଶ୍ରୀମନ୍ଦିରକୁ ଅଣାଯାଇଥିଲା ଏବଂ ବିଧି ମୁତାବକ ସେ ଜଗନ୍ନାଥଙ୍କ ପରିବାର ସମ୍ପର୍କୀୟ ଭାବେ ଭାବେ ପରିଗଣିତ ହୋଇଥିଲେ । ସାଧାରଣତଃ ଦଇତାପତି ପରିବାରରେ ଜନ୍ମ ନେଉଥିବା ଶିଶୁ ୨୧ ଦିନର ହେବା ପରେ ଜଗନ୍ନାଥଙ୍କ ଶରଣ ପଶି ମହାପ୍ରଭୁଙ୍କ ଭାଗାରି ହୋଇଥାଏ । ଆଉ ଏବେ ଏହି କୁନି ଶିଶୁ ମହାପ୍ରଭୁଙ୍କ ସେବାୟତ ହେବା ସହ ସର୍ବକନିଷ୍ଠ ସେବାୟତର ମାନ୍ୟତା ପାଇଛନ୍ତି ।