ଆଜି ପବିତ୍ର ଶୟନପୂର୍ଣ୍ଣମା ବା ଗୁରୁପୂର୍ଣ୍ଣମା । ପ୍ରଥମେ ସ୍ନାନ ପୂର୍ଣ୍ଣମା ଓ ତାହା ପରେ ନବଦିନ ବ୍ୟାପି ଘୋଷଯାତ୍ରା ପରେ ଥକି ପଡିଛନ୍ତି ପ୍ରଭୁ ଜଗନ୍ନାଥ । ପ୍ରଥମେ ଶ୍ରୀଗୁଣ୍ଡିଚାରେ ଦଇତାପତିମାନେ ପହଣ୍ଡି ବିଜେ କରାଇଲେ । ପୁଣି ମାଉସୀ ମା’ ଘରକୁ ଧାଡି ପହଣ୍ଡିରେ ବିଜେ କଲେ । ସେଠାରେ ସାତ ଦିନ ରହିବା ମଧ୍ୟରେ ଅନେକ ନୀଳୀଖେଳା କଲେ । ପୁଣିଥରେ ବାହୁଡାରେ ଦଇତାପତିମାନେ ପହଣ୍ଡି ବିଜେ କରାଇଲେ । ତାହପରେ ରଥ ଉପରେ ବଡଏକଦଶୀ ବା ରାଜା ରାଜେଶ୍ୱର ବେଶ ହେଲା । ଏହାପର ଦିନ ଅଶରୀରିଙ୍କ ପାଇଁ ଅଧରପଣା ନୀତି ସରିଲା । ଏହାପରେ ମା’ଲକ୍ଷ୍ମୀ ବନ୍ଦାପନା କଲା ପରେ ଚତୁର୍ଦ୍ଧାମୂରତି ଗୋଟି ପହଣ୍ଡିରେ ରତ୍ନ ସିଂହାସନକୁ ଫେରିଲେ । ତେବେ ଏହି ଫେରିବା ବାଟରେ ଜଗନ୍ନାଥଙ୍କ ସହ ମା’ଲକ୍ଷ୍ମୀଙ୍କ ସହ ବଚନିକା ହୋଇଥାଏ । କାରଣ ପ୍ରଭୁ ଭାଇଭଉଣୀଙ୍କୁ ଧରି ଯାତ୍ରାକଲେ ହେଲେ ନିଜର ଧର୍ମପତ୍ନୀଙ୍କୁ ସାଥୀରେ ନେଲେ ନାହିଁ ।

ତେଣୁ ମା’ ବି ରାଗିଲେ । ପ୍ରଥମେ ହେରା ପଞ୍ଚମୀରେ ଠାକୁରଙ୍କୁ ଶୀଘ୍ର ଫେରିବା ପାଇଁ କହିଥିଲେ ହେଲେ ସେ ଆସିଲେ ନାହିଁ । ସିଦାସିଧା କହିଲେ ଯାତ୍ରା ସମାପ୍ତ ନହେଲେ ସେ ଫେରିବେ ନାହିଁ ବୋଲି କହିଲେ । ତେଣୁ ମା’ ବି ରାଗିଲେ ଓ ଫେରିଲା ବେଳକୁ ନନ୍ଦିଘୋଷ ରଥର କାଠ ଖଣ୍ଡେ ଭାଙ୍ଗିି ଦେଲେ । ପରେ ରଥର ଦକ୍ଷିଣ ମୋଡ ହୋଇ ଯଥାବିଧୀ ନିତିକାନ୍ତି ହୁଏ । ତେବେ ଏହି ନୀଳାଦ୍ରୀ ବିଜେ ସମୟରେ ମା’ କବାଟ ଖୋଲନ୍ତି ନାହିଁ । ତେଣୁ ଜଗନ୍ନାଥ ଦୀର୍ଘ ସମୟ ଧରି ସିଂହଦ୍ୱାର ନିକଟରେ ଅପେକ୍ଷା କରନ୍ତି । ଯେହେତୁ ପତ୍ନୀଙ୍କୁ ନେଲେ ନାହିଁ ତେଣୁ ସେ ରାଗିକି କବାଟ ଖୋଲିଲେ ନାହିଁ । ପ୍ରଭୁଙ୍କର ବାହାଘରର ଗଣ୍ଠିଆଳ ମଧ୍ୟ ଖୋଲାଯାଇ ନଥିଲା । ତେଣୁ ଅନେକ ବଚନିକା ପରେ କବାଟ ଖୋଲିଲା ଓ ବାକି ରହିଥିବା ଚତୁର୍ଥୀ କାର୍ଯ୍ୟ ସମାପ୍ତ ହେଲା । ଏହି ସମୟରେ ମା’ଙ୍କ ଚଳନ୍ତି ପ୍ରତିମା ଓ ଠାକୁରଙ୍କୁ ପୂର୍ବ ଓ ପଶ୍ଚିମ ଦିଗକୁ ମୁହଁ କରିକି ରଖାଯାଏ । ପରେ ପୂଜାପାଠ କରାଯାଏ । ଏହି ସମୟରେ ଆଉ କେଉଁ ଆଡେ ନ ଯିବାପାଇଁ ଜଗନ୍ନାଥଙ୍କୁ କହନ୍ତି ମାଲକ୍ଷ୍ମୀ । ତେଣୁ ମା’ଙ୍କ କଥାକୁ ରକ୍ଷା କରି ଜଗନ୍ନାଥଙ୍କର ଶ୍ରାବଣ, ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକ ମାସରେ ମନ୍ଦିର ବାହାରକୁ ବିଜେ ପ୍ରତିମା ବାହାର କରଯାଏ ନାହିଁ । ଯେହେତୁ ଏହି ସମୟରେ କୈାଣସି ଯାତ୍ରା ହୋଇନଥାଏ । ତେଣୁ ସମସ୍ତେ କହନ୍ତି ଜଗନ୍ନାଥ ମହାପ୍ରଭୁ ଶୟନରେ ଅଛନ୍ତି । ସେଥିପାଇଁ ଏହି ପୂର୍ଣ୍ଣିମାକୁ ଶୟନ ପୂର୍ଣ୍ଣିମା କୁହାଯାଏ ।