ମାଟିର ମଣିଷ

145

ରାୟଗଡା : ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ ନାଁରେ ଜୋର ହୋଇଛି ରାଜନୀତି । କୃଷିର ବିନ୍ଦୁ ବିସର୍ଗ ନଜାଣି, ବିଭିନ୍ନ ଦଳର ନେତା ଚଷା ଭାଇଙ୍କୁ ଦେଇଛନ୍ତି ପରାମର୍ଶ, ପ୍ରତିଶୃତି ଓ ଶୁଭେଚ୍ଛା । ହେଲେ ଏମିତି ଜଣେ ମାଟିର ମଣିଷ ଅଛନ୍ତି, ଯିଏ ବିଧାୟକ ଭାବେ ନିର୍ବାଚିତ ହୋଇ ବି ହଳଲଙ୍ଗଳ ଧରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଚାଷୀଙ୍କୁ ନେଇ ରାଜନୀତି ନୁହେଁ ବରଂ ଚାଷୀଙ୍କ କାନ୍ଧରେ କାନ୍ଧ ମିଶାଇ ସେ ହୋଇଛନ୍ତିି ନେତା ।

jagannath sarkaରାୟଗଡା ଜିଲ୍ଲା ବିଷମକଟକର ଜଗନ୍ନାଥ ସାରକା । ସରକାରୀ ଦଳର ବିଧାୟକ । ଆଇନର ଛାତ୍ର, ବିଧାନସଭାର ସଭ୍ୟ । ହେଲେ ନେତାଗିରିର ମୋହ ତାଙ୍କୁ ଦୂରେଇ ପାରିନି ନିଜ ମାଟି ଠାରୁ, ନିଜ ମଣିଷଙ୍କ ପାଖରୁ । ବିଧାନସଭାର ନାଲିକାର୍ପେଟ୍ ଅପେକ୍ଷା ତାଙ୍କୁ ଭଲ ଲାଗେ କାଦୁଅ ପଚପଚ କ୍ଷେତ । ତେଣୁ ଏକା ସମୟରେ ସେ କରନ୍ତି ରାଜନୀତି ଓ ଚାଷନୀତି । ସରକାରୀ ଦଳର ବିଧାୟକ ହୋଇ ସୁଦ୍ଧା ଜଗନ୍ନାଥ ନିଜକୁ ଦୂରେଇ ରଖିଥିଲେ ଅକ୍ଷୟ ତୃତୀୟା ରାଜନୀତି ଠାରୁ । କାରଣ ସେ ସେ ଠିକ୍ ବୁଝିଛନ୍ତି କାମ ଓ କଥା ଭିତରେ ରହିଛି ଆକାଶ ପାତାଳର ତଫାତ୍ ।

ଜଗନ୍ନାଥ ହେଉଛନ୍ତି ସବୁଦିନିଆ ଚାଷୀ । ତେଣୁ ଚଷା ଭାଇଙ୍କୁ ନେଇ ରାଜନୀତି ନକରି ସେମାନଙ୍କ ସୁଖ ଦୁଃଖରେ ଛିଡାହେବାକୁ ପସନ୍ଦ କରନ୍ତି ସେ ।