ମୁହଁରେ ମୃଦଙ୍ଗର ସ୍ୱର: ପାଟି, ଛାତି ବଜାଇ ସୁନ୍ଦର ସ୍ୱର ବାହାର କରୁଛନ୍ତି ଜଗନ୍ନାଥ

403

କନକ ବ୍ୟୁରୋ: ମୁହଁରେ ମୃଦଙ୍ଗର ସ୍ୱର । ମୃଦଙ୍ଗରେ ନୁହେଁ ବରଂ ମୁହଁରେ ବାଜୁଛି ବାଜା । ହଁ ଆଜ୍ଞା ବିନା ମୃଦଙ୍ଗରେ ବିନା ତବଲାରେ ଜଣେ କୁନି ବାଳକ ସୁନ୍ଦର ତାଳରେ ଲୋକଙ୍କୁ କିମିଆ କରୁଛନ୍ତି । ତାଙ୍କ ପାଟି, ଛାତି ଆଉ ହାତର ସାହାଯ୍ୟ ସେ ସୁରିଲା ବାଜା ବଜାଉଛନ୍ତି । ଆଉ ତାଙ୍କ ବାଜା ବଜାଇବାର ଶୈଳୀ ଯିଏ ଦେଖୁଛି, ଯିଏ ଶୁଣୁଛି ସିଏ ଘଡିଏ ଅଟକିଯାଉଛି । ଆଉ ତାଳି ମାରି ବାଃ ବାଃ ଜଣାଉଛି…

ତେବେ ଏହି କୁନି ପ୍ରତିଭାବାନ ବିଟ ବକ୍ସର ଜଣକ ହେଉଛନ୍ତି ଜଗନ୍ନାଥ ନାୟକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଜଗା ପିଲାବେଳୁ ଏହି ଅଭ୍ୟାସ କରିଛନ୍ତି । ବାପାଙ୍କ ମୃଦଙ୍ଗ ବାଦ୍ୟ ଶୁଣି ସେ ନିଜ ହାତ ଓ ପାଟି ମାଧ୍ୟମରେ ଅଭ୍ୟାସ କରୁଥିଲେ । ଆଉ ଜଗାର ଏ ପ୍ରତିଭା ଦେଖି ଶିକ୍ଷକମାନେ ତାକୁ ଆହୁରି ବଜାଇବାକୁ ପ୍ରେରଣା ଦେଇଥିଲେ ।

ସ୍କୁଲର ଏକ ପ୍ରତିଯୋଗିତାରେ ଭାଗନେଲା ବେଳେ ଜଗାର ଏଅ ପ୍ରତିଭାକୁ ଆବିଷ୍କାର କରିଥିଲେ । ଆଉ ସେହି ଦିନଠାରୁ ଜଗାକୁ ବିଟ୍ ବକ୍ସିଂ ଜାରି ରଖିବାକୁ ଶିକ୍ଷକମାନେ ଉତ୍ସାହିତ କରି ଆସିଛନ୍ତି । ତେବେ ଜଗାର ଏ ନିଆରା ପ୍ରତିଭା ତାକୁ ସାଙ୍ଗମାନଙ୍କ ପାଖରେ ସ୍ୱତନ୍ତ୍ର କରିଥିବା ବେଳେ ଖାଲି ସ୍କୁଲ ନୁହେଁ ବରଂ ବାହାରେ ମଧ୍ୟ ତାକୁ ପ୍ରଶଂସା ମିଳୁଛି ।