କାଳିଆ ହୁଣ୍ଡିରୁ ଚୋରି ଅଭିଯୋଗ : ଗୁଣ୍ଡିଚା ମନ୍ଦିର ସାମ୍ନା ଗରୁଡ ସ୍ତମ୍ଭ ନିକଟ ହୁଣ୍ଡି କାଟି ଚୋରି କଲେ ଦୁର୍ବୃତ୍ତ

50

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପୁଲିସର କଡା ପହରା ଭିତରେ ସାମ୍ନାକୁ ଆସିଛି ଚୋରି ଖବର । ତା ପୁଣି କାଳିଆ ହୁଣ୍ଡିରୁ ଚୋରି ଅଭିଯୋଗ । ପୁଲିସକୁ ଖୋଲା ଚ୍ୟାଲେଂଜ କରିଛନ୍ତି ଦୁର୍ବୃତ୍ତ । ଗୁଣ୍ଡିଚା ମନ୍ଦିର ସାମ୍ନା ଗରୁଡ ସ୍ତମ୍ଭ ନିକଟରେ ଥିବା ହୁଣ୍ଡିରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।

ହୁଣ୍ଡି କାଟି ଟଙ୍କା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଚୋରି ଖବର ଜଣାପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦଇତାପତି ସେବାୟତ । ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ହୁଣ୍ଡି ଚୋର ଧରାପଡିଲେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦେଖନ୍ତୁ ଏହି ଭିଡ଼ିଓ –