ବିରଜାକ୍ଷେତ୍ରରେ ଦ୍ୱିତୀୟ ଶ୍ରୀକ୍ଷେତ୍ରର ଭ୍ରମ: ଜଗନ୍ନାଥ ଚେତନା ମହାଧିବେଶନରେ ଶ୍ରୀମନ୍ଦିର, ଗରୁଡ ସ୍ତମ୍ଭର ପ୍ରତିଫଳନ

ବଡ ଦେଉଳ ରୀତିନୀତିରେ ହେଉଛି ୩୨ବେଶ ଓ ୫୬ଭୋଗ

149

କନକ ବ୍ୟୁରୋ: ବିରଜାକ୍ଷେତ୍ରରେ ସୃଷ୍ଟି ହୋଇଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ଭ୍ରମ । ଯାଜପୁର ବିରାଜାକ୍ଷେତ୍ରରେ ଆୟୋଜିତ ଜଗନ୍ନାଥ ଚେତନା ମହାଧିବେଶନରେ ପୁରୀ ଶ୍ରୀମନ୍ଦିର, ଗରୁଡ ସ୍ତମ୍ଭର ପ୍ରତିଫଳନ ଦେଖିବାକୁ ମିଳିଛି । ସେହିପରି ବଡ ଦେଉଳ ରୀତିନୀତିରେ ଏଠାରେ ପ୍ରତ୍ୟକ ଦିନ ମହାପ୍ରଭୁଙ୍କର ୩୨ବେଶ ହେବା ସହ ୫୬ଭୋଗ ଲାଗି କରାଯାଉଛି । ଏହି ମହାଧିବେଶନ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ।

ଜଗନ୍ନାଥ ମହିମା ଓ ସଂସ୍କତିର ପ୍ରଚାର ପାଇଁ ଏହି ଆୟୋଜନ କରାଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ଏହାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ସବୁଠାରୁ ବଡ କଥା ହେଉଛି ପୁରୀ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ପହଁଚିଲା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ୩ଶହରୁ ଅଧିକ ସଂକୀର୍ତନ ଦଳ ଭଜନ କୀର୍ତନ କରି ସ୍ୱତନ୍ତ୍ର ପଟୁଆରରେ ଶୋଭାଯାତ୍ରା କରି ଅଧବେଶନ ସ୍ଥଳକୁ ଆସିଥିଲେ ।