ଆଜିଠାରୁ ତିନି ଦିଅଁଙ୍କୁ ହେବ ଜ୍ୱର !

28

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ଏହି ଦିନରେ ତିନି ଠାକୁର ସ୍ନାନ ବେଦିରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ଆଜିର ଦିନରେ ୧୦୮ କୁମ୍ଭ ସୁବାସିତ ଜଳରେ ସେମାନଙ୍କୁ ସ୍ନାନ କରାଯାଏ । ଅତ୍ୟଧିକ ଗାଧୋଇବା ଯୋଗୁଁ ଆଜି ଠାରୁ ତିନି ଦିଅଁଙ୍କୁ ଜ୍ୱର ହେବ ।

ଏହାପରେ ଜ୍ୱରରେ ପିଡୀତ ହୋଇ ମହାପ୍ରଭୁ ଅଣସର ଘରେ ବିଶ୍ରାମ ନେବେ । ଆଉ ସେଠାରେ ଗୁପ୍ତନୀତି ସମ୍ପର୍ଣ୍ଣ ହେବ । ଏହି ସମୟରେ ପଟିଦିଅଁଙ୍କୁ ପୂଜା କରାଯିବ । ଶ୍ରୀଗୁଣ୍ଡିଚା ପୂର୍ବଦିନ ମହାପ୍ରଭୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ ।