ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀ ଜିଉ

56

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଆଡପ ମଣ୍ଡପକୁ ବିଜେ କରୁଛନ୍ତି ଶ୍ରୀ ଜିଉ । ରଥଯାତ୍ରାରେ ଶ୍ରୀମନ୍ଦିରରୁ ଆସିବା ପରେ ତିନିଠାକୁର ପହଣ୍ଡିରେ ଆଡପ ମଣ୍ଡପକୁ ଯାଉଛନ୍ତି । ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକବିଶ୍ୱାସ ରହିଛି । ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ପାଇଁ ଆଜି ଶରଧାବାଲିରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଛି । ଆଜି ସଂଧ୍ୟାରୁ ତୁହାକୁ ତୁହା ବର୍ଷା ହେଉଥିଲେ ବି ଶ୍ରଦ୍ଧାଳୁଙ୍କୁ ଟିକିଏ ବି ଖାତିର ନାହିଁ । ସମସ୍ତେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅପେକ୍ଷାରେ ରହିଥିଲେ । ସେପଟେ ଆସନ୍ତାକାଲିଠାରୁ ଆଡପ ଅବଢା ମିଳିବ ।