ଜଗନଙ୍କ ନିଶାନାରେ ନାଇଡୁ ! ସରକାର ଗଢିବାର ମାସେ ପୁରିନି, ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ଘର ଭାଙ୍ଗିବାକୁ ଦେଲେ ନିର୍ଦ୍ଦେଶ ।

1,545

କନକ ବ୍ୟୁରୋ : ସରକାର ଗଢିବାର ମାସେ ବି ପୁରିନି । ଆଉ ଏହାରି ଭିତରେ ଆକ୍ସନ ମୁଡରେ ଅଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରହୁଥିବା ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗନ । ଏବଂ ଆସନ୍ତାକାଲିଠାରୁ ବିଲ୍ଡିଂ ଭାଙ୍ଗିବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ । ତେବେ ନିକଟରେ ଚନ୍ଦ୍ରବାବୁ ନାଇଡୁ ‘ପ୍ରଜା ବେଦିକା’କୁ ପ୍ରତିପକ୍ଷ ନେତାଙ୍କ ସରକାରୀ ଆବାସ ଘୋଷଣା କରିବାକୁ ଜଗନ ମୋହନଙ୍କୁ ଚିଠି ଲେଖି କହିଥିଲେ ।

ୱାଇଏସଆର କଂଗ୍ରେସ ପାର୍ଟିର ସରକାର, ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀ ସ୍ଥିତ ‘ପ୍ରଜା ବେଦିକା’ ବଙ୍ଗଳାକୁ ଶନିବାର ନିଜ କବଜାକୁ ନେଇଥିଲେ । ଆଉ ଏହା ପରେ ତେଜିଥିଲା ରାଜନୀତି । ଜଗନ ମୋହନ ବଦଲା ଭାବେ ଏଭଳି କାର୍ଯ୍ୟ କରୁଥିବା ଦର୍ଶାଇଥିଲା ଟିଡିପି । ଏପରିକି ବିରୋଧୀ ଦଳ ମଧ୍ୟ ଅଭିଯୋଗ କରିଥିଲେ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସଦଭାବନା ଦେଖାଇନାହାନ୍ତି ଜଗନ ମୋହନ ।