ଜଗମୋହନ ମରାମତି ପ୍ରସଙ୍ଗ : ଯାଂଚ ପାଇଁ ଆଜି ଆସିବେ ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଦଳ

29

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଜଗମୋହନ ସୁରକ୍ଷା ନକସା ପ୍ରସ୍ତୁତି ପାଇଁ ଆଜି ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଦଳ ଆସୁଛନ୍ତି । ଏଏସଆଇର ସୁପାରିସ କ୍ରମେ ଏହି ଟିମ ଆସୁଛି । ମରାମତି କାମର ରୂପରେଖ ନିର୍ଦ୍ଧାରଣ ଓ କୋର କମିଟି ସହ ଆଲୋଚନା ପାଇଁ ଚେନ୍ନାଇ ଆଇଆଇଟି ପ୍ରଫେସର ଅରୁଣ ମେନନଙ୍କ ନେତୃତ୍ୱରେ ଏହି ବିଶେଷଜ୍ଞ ଦଳ ଆସୁଛି । ଆସନ୍ତାକାଲି ଭୁବନେଶ୍ୱରରେ ଆୟୋଜିତ ଏଏସଆଇ,ଆଇଆଇଟି ବିଶେଷଜ୍ଞ ଏବଂ କୋର କମିଟିର ମିଳିତ ବୈଠକରେ ଜଗମୋହନର ସ୍ଥିତି ଯାଂଚ, ବିଶେଷଜ୍ଞଙ୍କ ସ୍ଥାୟୀ ସୁରକ୍ଷା ପ୍ରସ୍ତାବ, ନକ୍ସା, ଡ୍ରଇଁ ଉପରେ ଆଲୋଚନା ହେବ । ଏହି ବୈଠକରେ ହିଁ ସୁରକ୍ଷା ପ୍ଲାନର ରୂପରେଖ ଚୂଡାନ୍ତ କରାଯିବ ବୋଲି ସୂଚନା ରହିଛି । ଅଧିକ ତଥ୍ୟ ଏହି ଭିଡିଓରେ :