ଜଗମୋହନ ମରାମତି ପ୍ରସଙ୍ଗ : ସୁରକ୍ଷା ନକ୍ସା ପ୍ରସ୍ତୁତି ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଦଳ

24

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଜଗମୋହନ ମରାମତି ପ୍ରସଙ୍ଗରେ ସୁରକ୍ଷା ନକ୍ସା ପ୍ରସ୍ତୁତି ପାଇଁ ଆଜି ଓଡ଼ିଶା ଆସୁଛନ୍ତି ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଦଳ । ଏଏସଆଇର ସୁପାରିସ କ୍ରମେ ଆଜି ଏହି ଟିମ୍ ପହଂଚିବ । ମରାମତି କାମର ରୂପରେଖ ନିର୍ଦ୍ଧାରଣ ଓ କୋର କମିଟି ସହ ଆଲୋଚନା ପାଇଁ ଚେନ୍ନାଇ ଆଇଆଇଟି ପ୍ରଫେସର ଅରୁଣ ମେନନଙ୍କ ନେତୃତ୍ୱରେ ଏହି ବିଶେଷଜ୍ଞ ଦଳ ଆସୁଛି । ଆଜି ଭୁବନେଶ୍ୱରରେ ଆୟୋଜିତ ଏଏସଆଇ,ଆଇଆଇଟି ବିଶେଷଜ୍ଞ ଏବଂ କୋର କମିଟିର ମିଳିତ ବୈଠକରେ ଜଗମୋହନର ସ୍ଥିତି ଯାଂଚ, ବିଶେଷଜ୍ଞଙ୍କ ସ୍ଥାୟୀ ସୁରକ୍ଷା ପ୍ରସ୍ତାବ, ନକ୍ସା, ଡ୍ରଇଁ ଉପରେ ଆଲୋଚନା ହେବ । ଏହି ବୈଠକରେ ହିଁ ସୁରକ୍ଷା ପ୍ଲାନର ରୂପରେଖ ଚୂଡାନ୍ତ କରାଯିବ ବୋଲି ସୂଚନା ରହିଛି ।