ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ : ଅଧିକ ସମୟ ମାଗିବାରୁ କୋର୍ଟଙ୍କ କ୍ଷୋଭ

21

କନକ ବ୍ୟୁରୋ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ପୁଣି ସତ୍ୟପାଠ ଦାଖଲ କରିଛି ମନ୍ଦିର ପ୍ରଶାସନ । ତେବେ ଜଗମୋହନ ଖୋଲିବା ପାଇଁ ଅଗଷ୍ଟ ୧ତାରିଖ ଯାଏ ସମୟ ମାଗି ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ । ଏନେଇ ଅପରାହ୍ନରେ ପୁଣି ଶୁଣାଣି ହୋଇପାରେ । ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି କୋର୍ଟ । ପାଂଚ ତାରିଖ ଶୁଣାଣିବେଳେ ନିର୍ଦ୍ଧିଷ୍ଟ ତାରିଖ ଉଲେଖ କରିବାକୁ ତାଗିଦ୍ କରିଥିଲେ କୋର୍ଟ ।