ଶ୍ରୀମନ୍ଦିରର ଜଗମୋହନ ମରାମତି ସମୀକ୍ଷା ବୈଠକ ! ଏଏସଆଇ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସେବାୟତଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

21

କନକ ବ୍ୟୁରୋ : ଶ୍ରୀମନ୍ଦିରର ଜଗମୋହନ ମରାମତିକୁ ନେଇ ଚାଲିଛ ସମୀକ୍ଷା ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚାଲିଥିବା ଏହି ବୈଠକରେ ଏଏସଆଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସେବାୟତଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି । ସେପଟେ ଆଜି ପୁରୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ଜଗମୋହନ ମରାମତି ସମୀକ୍ଷା ବୈଠକରେ ମଧ୍ୟ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।