ଆରମ୍ଭ ହେବ ଜଗମୋହନ ମରାମତି କାମ

22

ପୁଣିଥରେ ଆରମ୍ଭ ହେବ ଜଗମୋହନ ମରାମତି କାମ । ଏନେଇ ଉଚ୍ଚକ୍ଷମତା ସଂପନ୍ନ ଡ୍ରିଲିଂ ମେସିନର ବ୍ୟବହାର କରାଯିବ । ଶୁକ୍ରବାର ଜଗମୋହନ ଚଟାଣ ଖୋଳାଯିବାବେଳେ ଡ୍ରିଲିଂ ମେସିନ୍ ଭାଙ୍ଗିଯାଇଥିଲା । ଫଳରେ କାମ ଅଧାରୁ ବନ୍ଦ ରହିଥିଲା । ତେବେ ଏହି ଚଟାଣ ଖୋଳାସମୟରେ ପ୍ରଥମେ ଗ୍ରାନାଇଟ୍ , ଏହାପରେ ଖଣ୍ଡୋଲାଇଟ୍ ପଥର ଏବଂ ପରେ ସ୍ୟାଣ୍ଡ ଷ୍ଟୋନ୍ ର ପରସ୍ତ ମିଳିଥିଲା ।