ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ : ଆସନ୍ତା ୬ତାରିଖରୁ ଆରମ୍ଭ ହେବ ପକେଟ ଫ୍ରେମିଂ କାର୍ଯ୍ୟ

17

ପୁରୀ ବ୍ୟୁରୋ, କନକ ନ୍ୟୁଜ : ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଆସନ୍ତା ୬ତାରିଖରୁ ଆରମ୍ଭ ହେବ ପକେଟ ଫ୍ରେମିଂ କାର୍ଯ୍ୟ। ଏନେଇ ସୂଚନା ଦେଇଛନ୍ତି ବୈଷୟିକ କୋର କମିଟି ଅଧ୍ୟକ୍ଷ ଜି.ସି. ମିତ୍ର । ଏଏସଆଇର ଯୁଗ୍ମ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିଥିଲା । ଜଗମୋହନ ମରାମତିକୁ ନେଇ ରିପୋର୍ଟ ଦାଖଲ ରଖିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଜଗମୋହନ ମରାମତି କରିବାରେ ଆଇଏସଆଇ ବିଳମ୍ବ କରୁଥିବାର ଅଭିଯୋଗ ହୋଇଛି ।