ଜଗମୋହନ ମରାମତି ପ୍ରସଙ୍ଗ:ପ୍ରଧାମମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

31

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଜଗମୋହନ ମରାମତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଜଗମୋହନ ମରାମତି ନେଇ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ବିଭିନ୍ନ ସ୍ଥାନରେ ଫାଟ ହେବା ସହ ପଥର ଖସୁଥିବାରୁ ବର୍ତମାନ ଜଗମୋହନ ବିପଦଜନକ ସ୍ଥିତିରେ ଥିବା ଜଣାଇଛନ୍ତି । ଭକ୍ତଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ଜଗମୋହନ ନିକଟରେ ଲୁହା ରଡ୍ ଖଂଜା ଯାଇଛି । ପ୍ରଧାନମନ୍ତ୍ରୀଙ୍କ ପୁରୀ ଗସ୍ତ ସମୟରେ ଏହାକୁ ମଜବୁତ ମଧ୍ୟ କରାଯାଇଥିଲା । ତେବେ ଏଏସ୍ଆଇ ପକ୍ଷରୁ ଚାଲିଥିବା ମରାମତି କାର୍ଯ୍ୟରେ ହସ୍ତକ୍ଷେପ କରି କିଛି ସ୍ଥାୟୀ ପ୍ରତିକାର ପାଇଁ ସେ ଚିଠି ଲେଖିଛନ୍ତି । ସେହିପରି କୋର କମିଟି କରିଥିବା ସୁପାରିଶକୁ ଏଏସ୍ଆଇ ଡିଜି ଖାରଜ କରିଦେଇଥିଲେ ମଧ୍ୟ ବିକଳ୍ପ ବ୍ୟବସ୍ଥା ନେଇ କୌଣସି ସୂଚନା ଦେଇନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ।