ଜଗମୋହନ ମରାମତି ପ୍ରସଙ୍ଗ: ଆଜି ବସିବ କୋର୍ କମିଟି ବୈଠକ

42

ପୁରୀ ବ୍ୟୁରୋ,କନକ ନ୍ୟୁଜ୍: ଜଗମୋହନ ମରାମତିକୁ ନେଇ କୋର କମିଟି ପଠାଇଥିବା ପ୍ଲାନ୍ ଏବଂ ସୁପାରିଶକୁ ଏ.ଏସ୍.ଆଇ ଡିଜିଙ୍କ ଅନୁମୋଦନ ମିଳିପାରିନାହିଁ । ଏନେଇ ଆଇନ ମନ୍ତ୍ରୀ କୋର କମିଟି ବୈଠକ ଡକାଇଛନ୍ତି । ଭୁବନେଶ୍ୱରରେ ଏହି ବୈଠକ ବସିବ । ନିଅଁ ଖୋଳା ଏବଂ ଷ୍ଟିଲ୍ ଫ୍ରେମ ଦ୍ୱାରା ମରାମତି ଉପରେ ଏ.ଏସ୍.ଆଇ ଡିଜି ପ୍ରଶ୍ନ ଉଠାଇଛନ୍ତି । ଜଗମୋହନ ମରାମତିକୁ ନେଇ ଗତ ୫ ତାରିଖରେ ଦିଲ୍ଲୀଠାରେ ଏ.ଏସ୍.ଆଇ ର ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା । ସେଥିରେ ଏହି ପ୍ଲାନକୁ  ନାପସନ୍ଦ କରାଯାଇଥିଲା । ଏହି ସୁପାରିଶ ଉପରେ ପ୍ରଶ୍ନ ଉଠିବାପରେ ଜଗମୋହନର ମରାମତିକୁ ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି ।