ଜଗମୋହନ ମରାମତି ପ୍ରସଙ୍ଗ : ଆଜି କେନ୍ଦ୍ରୀୟ ଟିମ୍ ର ଶ୍ରୀମନ୍ଦିର ପରିଦର୍ଶନ

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ନିରୀକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ସଚିବଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଭୁବନେଶ୍ୱର ରେ ପହଚିଂ ପୁରୀ ଗସ୍ତ କରିଛି । ଏହି ଟିମ୍ ରେ ରହିଛନ୍ତି ଏଏସଆଇ ଡିଜି ରାକେଶ ତିୱାରୀ ଓ କେନ୍ଦ୍ର ସଂସ୍କୃତି ସଚିବ ନରେନ୍ଦ୍ର ସିହ୍ନା । ପୁରୀ ଜଗମୋହନର ସ୍ଥିତି ଅନୁଧ୍ୟାନ ପରେ କୋର କମିଟି ସହ ଆଲୋଚନା କରିିବେ କେନ୍ଦ୍ରୀୟ ଟିମ୍ । ଏହାପରେ ଟିମ୍ ର ସଦସ୍ୟମାନେ ଭୁବନେଶ୍ୱର ଆସି ମୁଖ୍ୟ ଶାସନ ସଚିବଙ୍କ ସହ ଏକ ବୈଠକରେ ଆଲୋଚନା କରିବେ । ଜଗମୋହନର ଦୀର୍ଘସ୍ଥାୟୀ ମରାମତି ନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ ରହିଛି । ଗତ ମେ ୧୫ ତାରିଖରେ ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ତଦାରଖ କରୁଥିବା ଏଏସଆଇ ବୈଷୟିକ କୋର କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜିସି ମିତ୍ର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପୂର୍ବରୁ କୋର କମିଟି ମରାମତି ନେଇ କରିଥିବା ସୁପାରିଶକୁ ଏଏସଆଇ ଡିଜି ଖାରଜ କରିଦେଇଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଥିଲେ ।