ସୁନ୍ଦରଗଡ ବଣାଇରେ ବସ -ଟ୍ରକ ମୁହାଁମୁହିଁ ଧକ୍କା ! ୧୦ ଯାତ୍ରୀ ଆହତ, ୩ ଗୁରୁତର

215

କନକ ବ୍ୟୁରୋ :ସୁନ୍ଦରଗଡ ବଣାଇରେ ବସ ଦୁର୍ଘଟଣା । ସାଧୁବାହାଳ ନିକଟରେ ଜଗଦମ୍ବା ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଲହୁଣିପଡ଼ା ଥାନା ଅନ୍ତର୍ଗତ ଖୁଟୁଗାଁ ନିକଟରେ ବୁଧବାର ଅପରାହ୍ନରେ ଯାତ୍ରୀବାହୀ ବସ୍‌ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।

ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ରାଉରକେଲାରୁ ବାରକୋଟ ଯାଉଥିବା ଜଣାପଡିଛି ।

ସୂଚନା ଅନୁସାରେ ରାଜ୍ୟ ରାଜପଥ ୧୦ (କ)ରେ ଆଜି ଅପରାହ୍ନ ସାଢ଼େ ୩ଟାରେ ରାଉରକେଲା ଠାରୁ ଦେବଗଡ଼ ଜିଲ୍ଲାର ବାରକୋଟକୁ ଯାଉଥିବା ବସ ‘ଜଗଦମ୍ବା’ ସାଧୁବାହାଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ବସରେ ୩୦ ଜଣ ଯାତ୍ରୀ ଥିବା ବେଳେ ଆହତଙ୍କୁ ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ଲହୁଣୀପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ ଏବଂ ଟ୍ରକକୁ ଜବତ କରିଛି । ପୁଲିସ ଘଟଣାର ତଦନ୍ତ କରୁଛି ।