ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୨ରେ ପହଚିଂଲା : ୫୦ରୁ ଅଧିକ ଆହତ

30

କନକ ବ୍ୟୁରୋ : ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୨ରେ ପହଚିଂଛି । ରାୟଗଡା ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି । ୫୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଗ୍ୟାସ କଟର ଓ କ୍ରେନ ବ୍ୟବହାର କରାଯାଇଛି ।

୨୨ ଆହତଙ୍କୁ ପାର୍ବତୀପୁରମ ଓ ୩୨ ଜଣଙ୍କୁ ରାୟଗଡା ମେଡିକାଲରେ ଭର୍ତି କରାଯାଇଛି । ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଛି । ଜଗଦଲପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ହୀରାଖଣ୍ଡ ଏକ୍ସପ୍ରେସ ଓଡିଶା ସୀମାନ୍ତ ଆନ୍ଧ୍ରର କୁନେରୁ ଷ୍ଟେସନ ପାଖରେ ବଡ ଦୁର୍ଘଟଣା ଶିକାର ହୋଇଛି । ରାୟଗଡା ଠାରୁ ୨୪ କିଲୋମିଟରର ଦୁର ଜିମିଡିପେଟା ଷ୍ଟେସନ ଠାରୁ ପ୍ରାୟ ୨ଶହ ମିଟର ଦୁରରେରେ ଘଟିଛି ଏହି ଦୁର୍ଘଟଣା । ରାତି ପ୍ରାୟ ୧୧ଟାରେ ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି ।