୩ ମାସରେ ସୁସ୍ଥ ହେବ ଜଗା । ବଳିଆ ପାଇଁ ଆବଶ୍ୟକ ଅଧିକ ସମୟ

24

କନକ ବ୍ୟୁରୋ: କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗାବଳିଆ ଧୀରେ ଧିରେ ସୁସ୍ଥ ହେଉଛନ୍ତି । ଜଗା ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ ୩ ମାସ ସମୟ ଲାଗିବ । କାଳିଆକୁ ଆହୁରି କିଛି ଦିନ ସମୟ ଲାଗିବ । ଆଜି ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେହିଭଳି ନୟାଗଡର ଗଙ୍ଗାଯମୁନା କ୍ଷେତ୍ରରେ ଗୋଟିଏ ହୃଦୟ ଥିବା ଯୋଗୁଁ ପରିସ୍ଥିତି ଜଟିଲ ହୋଇଛି । କିନ୍ତୁ ଏବେ ମଧ୍ୟ ଆଶା ମଉଳିନାହିଁ । ଦେଶର ଭଲ ଭଲ ଡାକ୍ତରଙ୍କ ସହ ଏ ନେଇ ଆଲୋଚନା ଜାରି ରହିଛି । ତେଣୁ ଗଙ୍ଗାଯମୁନା ବି ସୁସ୍ଥ ହେବେ ବୋଲି ମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।