ଚାଲୁଛି ଜଗା ! ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହେଲା ଭିଡ଼ିଓ, ବଳିଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର

23

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର । ଚାଲିଲା ଜଗା । ଯୋଡା ମୁଣ୍ଡ ଅଲଗା ହେବା ପରେ ଆଜି ପ୍ରଥମ ଥର ପାଇଁ ଜଗା ଚାଲିଛିା । ଏ ସଂପର୍କରେ ଦିଲ୍ଲୀ ଏମ୍ସରୁ ଏକ ଭିଡିଓ ଜାରି ହୋଇଛି । ଭିଡିଓରେ ଧିରେ ଧିରେ ପାଦ ପକାଇ ଜଗା ଆଗକୁ ବଢୁଥିବା ଦେଖିବାକୁ ମିଳୁଛି । ଏହି ଭିଡିଓରୁ ଏକପ୍ରକାର ସ୍ପଷ୍ଟ ହେଉଛି ଯେ ଜଗା ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ତେବେ ଅପରେସନ୍ ପରେ ଜଗାବଳିଆଙ୍କ ସ୍ୱାସ୍ୟ୍ଥବସ୍ଥା ନେଇ ସମସ୍ତେ ବ୍ୟଗ୍ରଥିଲୋ ଏମାନଙ୍କ ଶୁଭ ମନାସୀ ପୂଜାର୍ଚ୍ଚନା ମଧ୍ୟ କରିଥିଲୋ ଆଉ ଏବେ ଏମାନଙ୍କ ସୁସ୍ଥ ହେୂବା ଖବର ସମସ୍ତଙ୍କୁ ଆଶ୍ୱସ୍ତି କରିଛିା

JAGAଯୋଡାମୁଣ୍ଡ ଥିବା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ପରେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ହେଉଥିବା ବେଳେ ବଳିଆର ସ୍ୱାସ୍ଥ୍ୟ ବସ୍ଥାରେ ସୁଧାର ଆସିବା ପାଇଁ ଅଧିକ ସମୟ ଲାଗୁଛି । ଏହାପୂର୍ବରୁ ଜଗା ବଲ୍ ଖେଳିବା ସହ ନିଜ ହାତରେ ବିସ୍କୁଟ ଖାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ହାତ ହଲାଇ ବାଏ ବାଏ କରିଥିଲା ଜଗା ।

ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ବେଶ ଜଟିଲ ଥିଲା । କାରଣ ଏହି ଅବରେସନରେ ଲାଗିରହିଥିବା ଉଭୟଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍ ଗଠନ କରାଯାଇଥିଲା । ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ । ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ୨୫ ଘଂଟା ଧରି ଚାଲିଥିଲା ଏହି ଅପରେସନ । ତା ପୂର୍ବରୁ ଅଗଷ୍ଟ ୨୮ତାରିଖରେ ଦିଲ୍ଲୀ ଏମ୍ସରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ଘଂଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ ।ଏସବୁ ଭିତରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟୃରେ ସୁଧାର ଆସିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।