ପୁଣି ଆସିଲା ଜଗାବଳିଆଙ୍କୁ ନେଇ ଭଲ ଖବର: ଏମ୍ସରେ ସୁସ୍ଥ ହେଉଛନ୍ତି ଯାଆଁଳା ଶିଶୁ, ମୁଣ୍ଡରୁ କଢାଗଲା ଷ୍ଟିଚ

31

କନକ ବ୍ୟୁରୋ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜଗା–ବଳିଆ । ଦିଲ୍ଲୀ ଏମ୍ସ ଜାରି କରିଥିବା ଏହି ଫଟୋ ଏହି ଫଟୋ ଓଡିଶାବାସୀଙ୍କ ମୁହଁରେ ହସ ଫୁଟାଇବ ନିଶ୍ଚୟ । ଜଗା ବଳିଆ ମୁଣ୍ଡରୁ ଷ୍ଟିଜ ଖୋଲାଯାଇଛି । ଏହାର ଏକ ଫଟୋ ସାମନାକୁ ଆସିଛି । ଫଟୋରେ ଜଗା ବଳିଆ ଖୁସି ଥିବା ଦେଖାଯାଉଛି । ବଳିଆ ମୁଣ୍ଡରେ କୃତ୍ରିମ ଶିରା ରୋପଣ କରାଯାଇଥିଲା ।

ଜଗା ଭଳି ବଳିଆର ସ୍ୱାସ୍ଥ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସୁଥିବା ଦେଖାଦେଉଛି । ତେଣୁ ଉଭୟ ଖୁବ ଶ୍ରୀଘ୍ର ସଂପୂର୍ଣ୍ଣ ସୁସ୍ଥ ହେବେ ବୋଲି ଡାକ୍ତର ଆଶାବାଦୀ ଅଛନ୍ତି । ଉଭୟ ମଧ୍ୟ ଖେଳାଖେଳି କରୁଥିବା ଡାକ୍ତର କହିଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ମିଲୁପଡାର ଯୋଡାମୁଣ୍ଡ ଶିଶୁଙ୍କୁ ଦିଲ୍ଲୀ ଏମ୍ସରେ ଜଟିଳ ଅସ୍ତ୍ରୋପଚାର କରି ଅଲଗା କରାଯାଇଛି । ଏବେ ସେମାନେ ଚିକିତ୍ସାଧିନ ଥିବାବେଳେ ଧିରେ ଧିରେ ସୁସ୍ଥ ହେଉଛନ୍ତି ।