ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଯୋଡା ମୁଣ୍ଡ ଶିଶୁ ଜଗା ଅସୁସ୍ଥ ! ସମ୍ପୂର୍ଣ୍ଣ ସୁସ୍ଥ ପରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ

29

କନକ ବ୍ୟୁରୋ: ଦିଲ୍ଲୀରେ ଚିକିତ୍ସାଧୀନ ଥିବା ଯୋଡାମୁଣ୍ଡ ଭାଇ ଜଗାବଳିଆ ମଧ୍ୟରୁ ଜଗା ଅସୁସ୍ଥ ଅଛନ୍ତି । ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ସେ ଅସୁସ୍ଥ ଅଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୁଇଭାଇଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ । ଦୁଇଭାଇଙ୍କୁ ଏବେ ଆମେରିକା ଡାକ୍ତର ଚିକିତ୍ସା କରୁଛନ୍ତି । ଅବଜରଭେସନରେ ସେମାନଙ୍କୁ ରଖାଯାଇଛି । ବିଶ୍ୱର ଅନ୍ୟ ଡାକ୍ତରଙ୍କ ମଧ୍ୟ ସହଯୋଗ ଲୋଡାଯାଇଛି । ଫୁଲବାଣୀର ଏହି ଯୋଡାମୁଣ୍ଡ ଭାଇଙ୍କ ଚିକିତ୍ସା ଦିଲ୍ଲୀ ଏମସରେ ଚାଲିଛି । ଏଥିପାଇଁ ରାଜ୍ୟ ସରକାର କୋଟିଏ ଟଙ୍କା ସହଯୋଗ ଦେଇଛନ୍ତି ।