ଦିଲ୍ଲୀରୁ ଆସିଲା ଜଗା ବଳିଆଙ୍କ ନୂଆ ଫଟୋ : ଏମ୍ସରେ ଦୁଇ ଭାଇଙ୍କୁ ଭେଟିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ,କହିଲେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ଜଗା ବଳିଆ

75

କନକ ବ୍ୟୁରୋ : ଜଗା ବଳିଆଙ୍କୁ ଏମ୍ସରେ ଭେଟିଛନ୍ତି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଦେବୀ । ଆଜି ଦିଲ୍ଲୀ ଏମ୍ସ ଯାଇ ବିଜେଡି ସାଂସଦ ଜଗା ବଳିଆଙ୍କୁ ଭେଟିଛନ୍ତି । ଏଥିସହ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜଗାବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି । ସାଙ୍ଗରେ ନେଇଥିବା ଫଳମୂଳ ଦେଇ ସାଂସଦ ଜଗବଳିଆଙ୍କ ସହ ବେଶ କିଛି ସମୟ କାଟିଥିଲେ ।

ଜଗା ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ବଳିଆକୁ ଜ୍ୱର ହେଉଥିଲା । ହେଲେ ଏବେ ବଳିଆ ୩-୪ ଦିନ ହେବ ସୁସ୍ଥ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ଜଗାର ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ବେଳେ ବଳିଆର ସ୍ୱାସ୍ଥ୍ୟରେ ଉନ୍ନତି ହେଉନଥିବା ଖବର ମିଳିଥିଲା । ଏହାପରେ ରାଜ୍ୟ ସରକାର ପକ୍ଷରୁ ଜଗାବଳିଆ ସୁସ୍ଥ ହେବାଯାଏଁ ଦିଲ୍ଲୀ ଏମ୍ସରେ ରଖି ଚିକିତ୍ସା କରିବାକୁ ଅନୁରୋଧ କରିଛନ୍ତି ।