ଜ୍ୟାକଲିନ ହେଲେ ଟ୍ରୋଲ : ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସିବା ପଡିଲା ମହଙ୍ଗା

47

ହସ ହିଁ ବିପଦର କାରଣ ହୋଇଯିବ ବୋଲି କିଏ ଜାଣିଥିଲା । ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ହସି ବିପଦରେ ପଡିଯାଇଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ । ସେ ଯେତେବେଳେ ଅନ୍ତିମ ସଂସ୍କାରରେ ପହଂଚିଥିଲେ, କାରରୁ ଓହ୍ଲାଇବା ପରେ ହସି ହସି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ଜ୍ୟାକଲିନଙ୍କ ହସ ରହିଯାଇଥିଲା କ୍ୟାମେରାରେ ଓ ତାପରେ ସୋଶିଆଲ ମିଡିଆରେ ସେ ଖୁବ ପରିହାସର ପାତ୍ର ହୋଇଛନ୍ତି ।

ସାରା ବଲିଉଡ ସହିତ ସମସ୍ତ ଫ୍ୟାନ ଦୁଃଖରେ ମ୍ରିୟମାଣ ହୋଇପଡିଥିଲେ । ଏମିତି ଶୋକାକୁଳ ପରିବେଶରେ ଜ୍ୟାକଲିନଙ୍କ କିଛି ଫଟୋ ସୋଶିଆଲ ମିଡିଆରେ ହୋଇଯାଇଥିଲା ଭାଇରାଲ, ଯେଉର୍ଠି ସେ ହସୁଥିବାର ନଜର ଆସିଛନ୍ତି । କିନ୍ତୁ ତାଙ୍କର ଏପରି ବ୍ୟବହାର ଲୋକଙ୍କୁ ପସନ୍ଦ ଆସିନଥିବାର ଦେଖା ଦେଇଛି । ସେଥିପାଇଁ ସେ ସୋଶିଆଲ ମିଡିଆରେ ଖୁବ ଟ୍ରୋଲ ହୋଇଛନ୍ତି । ଆହୁରି ବି ଲୋକ ତାଙ୍କୁ ଏମିତି ମାହୋଲରେ ଯୋଗ ନଦେବାକୁ ଉପଦେଶ ଦେଇଛନ୍ତି ।

ବଲିଉଡର ସୁପରଷ୍ଟାର ଶ୍ରୀଦେବୀଙ୍କ ୨୪ ଫେବୃୟାରୀରେ ଦୁବାଇରେ ବାଥଟବରେ ବୁଡି ମୃତ୍ୟୁ ଘଟିଥିଲା । ସେ ମୋହିତ ମାରୱାହଙ୍କ ବିବାହରେ ଯୋଗ ଦେବା ପାଇଁ ଯାଇଥିଲେ । ଭିଲେ ପାର୍ଲେର ସେବା ସମାଜ ଶବଦାହ ଗୃହରେ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ସରିଯାଇଛି । ରାଜକୀୟ ସମ୍ମାନ ସହ ତାଙ୍କୁ ବିଦାୟ ଦିଆଯାଇଥିଲା । ସ୍ୱାମୀ ବୋନି କପୁର ମୁଖାଗ୍ନୀ ଦେଇଥିଲେ । ଏହି ସମୟରେ ପ୍ରବଳ ଜନସମାଗମ ହୋଇଥିଲା । ଅସମୟରେ ହୋଇଥିବା ମୃତ୍ୟୁକୁ ନେଇ ସମସ୍ତେ ଅବାକ ହୋଇଯାଇଛନ୍ତି ।