ପ୍ରଶଂସକଙ୍କ ହୃଦୟ ଭାଙ୍ଗିଲେ ସାହିଦ୍ : ଏକାଠି ହେବେନି ‘ଜବ୍ ୱି ମେଟ୍’ ଯୋଡ଼ି

58

ପୁଣିଥରେ ଶାହିଦ ଓ କରିନାଙ୍କୁ ଏକା ସାଙ୍ଗରେ ବଡ ପରଦାରେ ଦେଖିବାକୁ ଚାହୁଁଥିବା ପ୍ରଶଂସକଙ୍କ ମନ ଭାଙ୍ଗି ଦେଇଛନ୍ତି ଶାହିଦ କପୁର । ନିକଟରେ ଖବର ଆସିଥିଲା ୧୧ ବର୍ଷ ପରେ ପୁଣିଥରେ ଶାହିଦ୍-କରୀନା ଯୋଡି ବଡ ପରଦାରେ ରୋମାନ୍ସ କରିବେ । ଉଭୟେ ନିଜ କ୍ୟାରିୟର ଏବେ ଯାଏଁ କରିଥିବା ଫିଲ୍ମ ମଧ୍ୟରୁ ବେଷ୍ଟ ପରଫରମାନସ୍ ଫିଲ୍ମ ‘ଜବ ୱି ମେଟ’ର ସିକ୍ୱେଲ ପାଇଁ ଏକା ସାଙ୍ଗରେ ନଜର ଆସିବେ ସାହିଦ-କରୀନା । କିନ୍ତୁ ନିକଟରେ ଶାହିଦ ଦେଇଥିବା ଏକ ବୟାନ ଫ୍ୟାନମାନଙ୍କ ମନ ଭାଙ୍ଗି ଦେଇଛି । ଶୁଣିବାକୁ ମିଳୁଥିଲା ଯେ, ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ ସୁପରହିଟ୍ ଫିଲ୍ମ ଜବ ୱି ମେଟର ସିକ୍ୱେଲ ବନାଇବାକୁ ଯାଉଛନ୍ତି । ଆଉ ଏହି ସିକ୍ୱେଲ୍ ସିନେମାରେ ଏକ୍ସ ଲଭର୍ ଶାହିଦ୍ ଓ କରୀନା ପୁଣିଥରେ ଏକାଠି ଆସିବେ ନଜର । ମାତ୍ର ଏହି ଖବରକୁ ନେଇ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ଏବେ ବଡ ଖୁଲାସା କରିଛନ୍ତି । ଇମତିଆଜ ଏହି ଖବରକୁ ଏକ ଗୁଜବ କହି ଏହା ସଂପୁର୍ଣ୍ଣ ଭୁଲ ବୋଲି କହିଛନ୍ତି । ଶାହିଦ କପୁର ଓ ଇମତିଆଜ ଅଲ୍ଲୀ ପୁଣିଥରେ ଏକାସାଙ୍ଗରେ କାମ କରୁଛନ୍ତି ସତ । ମାତ୍ର ଏହି ଚଳଚ୍ଚିତ୍ରର ‘ଜବ ୱି ମେଟ ‘ସହ କୌଣସି ସଂପର୍କ ନାହିଁ ଏବଂ ସେ ଏହି ଚଳଚ୍ଚିତ୍ରରେ ବିଲକୁଲ ବି ଉଦାସ ନଜର ଆସୁ ନାହାନ୍ତି ।

ତେବେ ଏହି ଫିଲ୍ମରେ କରୀନା ନଜର ଆସିବେ କି ନାହିଁ ସେ ନେଇ ଏହି ଦୁଇ ଜଣଙ୍କୁ ପ୍ରଶ୍ନ କରିଥିଲା ମିଡିଆ । ସାହିଦଙ୍କ ସହ ଫିଲ୍ମ କରିବା ପାଇଁ କରୀନା ଇଚ୍ଛୁକ କି ନାହିଁ ସେ ବିଷୟରେ ବି ସାହିଦଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ଯାହାକୁ ନେଇ ଏକ ଭିନ୍ନ ଶୈଳୀରେ ଜବାବ ରଖିଥିଲେ ସାହିଦ୍ । ସାହିଦ୍ କହିଛନ୍ତି, ‘ଜବ ୱି ମେଟ’ ତିଆରି ହୋଇସାରିଛି ଏବଂ ତାହାର ସିକ୍ୱେଲ ହବାର କୌଣସି ପ୍ରଶ୍ନ ଉଠୁନାହିଁ । ଏକ କଳାକାର ହିସାବରେ ସେ ଭିନ୍ନ ଭିନ୍ନ ଚରିତ୍ର କରିବାକୁ ପସନ୍ଦ କରନ୍ତି ଏବଂ ଏହା ତାଙ୍କର ଲକ୍ଷ୍ୟ । ତାଙ୍କ ପାଇଁ ସବୁବେଳେ ଅଭିନୟ ଭଲ କି ଖରାପ କରିବାର ପ୍ରଶ୍ନ ନଥାଏ, ସେ ଚେଷ୍ଟା କରନ୍ତି ଏହା କିପର ପ୍ରତ୍ୟେକ ଥର ଭିନ୍ନ ହେଇପାରିବା । ଏବେ ଶାହିଦ ଶ୍ରୀ ନାରାୟଣ ସିଂହଙ୍କ ଫିଲ୍ମ ‘ବତି ଗୁଲ ମିଟର ଚାଲୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।