ଜାମ୍ମୁରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କବାଦୀ ମୃତ, ଜବତ ହେଲା ଗୁଳି ଓ ବିସ୍ଫୋରକ ସାମଗ୍ରୀ

ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

80

କନକ ବ୍ୟୁରୋ : ଜାମ୍ମୁରେ ପୁଣି ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅବନ୍ତିପୁରା ଅଞ୍ଚଳରେ ଯବାନମାନେ କମ୍ବିଂ କରୁଥିବା ସମୟରେ ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଆତଙ୍କବାଦୀ ଗୁଳିଚଳାଇବା ପରେ ଭାରତୀୟ ଯବାନମାନେ ସେମାନଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ ତେଣୁ ତାହାର ପ୍ରତି ଜବାବରେ ଯବାନମାନେ ଗୁଳିଚାଳନ କରିଥିଲେ । ଆତଙ୍କବାଦୀଙ୍କଠାରୁ ପ୍ରବଳ ପରିମାଣରେ ଗୋଳାବାରୁଦ ଜବତ ହୋଇଥିବା ମଧ୍ୟ ସୂଚନା ମିଳିଛି ।

 

ଏହାସହ ଜାମ୍ମୁରେ ଅପରେସନ ଅଲଆଉଟ ଜାରିରହିଛି । ସ୍ଥାନୀୟ ପୋଲିସ ସହ ମିଶି ଯବାନମାନେ ଅପରେସନ କରୁଥିବା ଜଣାପଡିଛି । ଗତ ୪ ଦିନ ମଧ୍ୟରେ ୧୫ରୁ ଉଧ୍ୱର୍ ଆତଙ୍କବାଦୀଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି । ତେବେ ଅପରେସନକୁ ନେଇ ସିଆରପିଏଫ ଡିଜି ଆର ଆର ଭଟ୍ଟନାଗର କହିଛନ୍ତି ଯେ, ଆମେ ଗତ ୪ ଦିନ ହେଲାଣି ଆତଙ୍କବାଦୀଙ୍କପ ଯବାନ ମାନେ କଡା ଯବାବ ଦେଇଛନ୍ତି । ଆଗକୁ ମଧ୍ୟ ଏପରି ଭାବରେ ଅପରେସନ ଜାରି ରହିବ ବୋଲି ସେ କହିଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆତଙ୍କବାଦୀ ମାନେ ପ୍ରଥମେ ହିଁ ଯବାନମାନଙ୍କ ଉପରେ ଆକ୍ରମଣ କରୁଛନ୍ତି । ତେଣୁ ଯବାନମାନେ ସତର୍କ ରହି ସେମାନଙ୍କୁ କଡା ଜବାବ ଦେଉଛନ୍ତି ।