ଭାରତ ଆସିପାରନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଓ ଜ୍ୱାଇଁ : ରାଜସ୍ଥାନ ଜୈସଲମୈରରେ ଉଦ୍ୟୋଗପତିଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଚର୍ଚ୍ଚା

ରାଜସ୍ଥାନ ଜୈସଲମେରରେ ଜଣେ ଉଦ୍ୟୋଗପତିଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ।

177

କନକ ବ୍ୟୁରୋ : ରାଜସ୍ଥାନ ଜୈସଲମେରରେ ଜଣେ ଉଦ୍ୟୋଗପତିଙ୍କ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତିଙ୍କ ଝିଅ ଓ ଜ୍ୟାଇଁ । ଇଭାଙ୍କା ଟ୍ରମ୍ପ ଓ ତାଙ୍କ ସ୍ୱାମୀ ଜରେଦ କୁଶନର ଏହି ହାଇ ପ୍ରୋଫାଇଲ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନଭେମ୍ବର ୨୨ରୁ ୨୫ ତାରି୍ଖ ଯାଏଁ ଏହି ବିବାହ କାର୍ଯ୍ୟକ୍ରମ ରହିଛି । ଆମେରିକା ଦୂତାବାସ ଅଧିକାରୀ ଏବଂ ସୁରକ୍ଷାକର୍ମୀଙ୍କ ୫୦ ସଦସ୍ୟବିଶିଷ୍ଟ ଟିମ୍ ଜୈସଲମେରରେ ପହଂଚିସାରିଥିବା ନେଇ ସୂଚନା ରହିଛି । ସେଠାରେ ପହଂଚି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିଥିବା ସୂତ୍ରରୁ ଜଣାପଡିଛି ।

ଉଭୟ ଇଭାଙ୍କା ଓ ଜରେଦ ସ୍ୱତନ୍ତ୍ର ଚାଟାର୍ଡ ପ୍ଲେନରେ ଆସି ପହଂଚିବାର ସମ୍ଭବାନା ରହିଛି । ହେଲେ ଏନେଇ ହ୍ୱାଇଟ ହାଉସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ଜିଲ୍ଲାପ୍ରଶାସନ ମଧ୍ୟ କହିଛି ଯେ, ଦୁହିଁଙ୍କ ଗସ୍ତ ନେଇ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଏହା ପୂର୍ବରୁ ମଧ୍ୟ ଇଭାଙ୍କା ଭାରତ ଆସିଥିଲେ । ୨୦୧୭ ମସିହାରେ ହାଇଦ୍ରାବାଦରେ ଆୟୋଜିତ ଗ୍ଲୋବାଲ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ।