ଗରିବ ଗାଁର ଦାମୀ ଛତୁ : ନବରଂଗପୁରରେ ଛତୁ କିଲୋ ୧୫ଶହ ଟଙ୍କା, ଅଧଘଂଟାରେ ଦୋକାନୀ ପାଖରୁ ସରିଯାଉଛି ସୁଆଦିଆ ‘ବଡା ଛତୁ’

216

କନକ ବ୍ୟୁରୋ: ଛତୁ କିଲୋର ଓଜନ କେତେ ? ଏହି ପ୍ରଶ୍ନ ଆପଣଙ୍କୁ ପଚାରାଗଲେ ଆପଣଙ୍କ ଉତ୍ତର ହେବ ଶହେରୁ ୨ ଶହ ଟଙ୍କା । କିନ୍ତୁ ଆପଣ ଜାଣିଛନ୍ତି ଗରିବ ଇଲାକାରେ ମିଳୁଛି ମହଙ୍ଗା ଛତୁ । ଆମେ ଏଠାରେ ଆଲୋଚନା କରୁଛୁ ନବରଙ୍ଗପୁର ଜିଲ୍ଲା ବିଷୟରେ ।

ବଡା ଛତୁ । ଏହି ନାଁ ଶୁଣିରେ ଆପଣଙ୍କୁ ଅଜବ ଲାଗୁଥିବ । ଏବେ କିନ୍ତୁ ଏହି ଛତୁର ଚାହିଦା ନବରଙ୍ଗପୁର ଓ ଉମରକୋଟରେ କାହିଁରେ କଣ । ଆଦିବାସୀ ଅଂଚଳରେ ଏହି ବଡାଛତୁର ଲୋକପ୍ରିୟତା ବଢୁଛି । ବଜାରକୁ ଏହି ଛତୁ ଆସିବା ମାତ୍ରେ ଏହା ଅଧଘଂଟାରେ ବିକ୍ରୀ ହୋଇଯାଇଛି । କୁହାଯାଏ, ବଡା ଛତୁର ଚାହିଦା ମାଛ ମାଂସଠାରୁ ବି ସ୍ୱାଦିଷ୍ଟ । ପ୍ରଥମେ ଏହି ଛତୁର ମୂଲ୍ୟ ହଜାରେ ଟଙ୍କାରୁ ୧୫ଶହ ଟଙ୍କାରେ ଆରମ୍ଭ ହୁଏ ।

ପରେ ଦରକୁ ଖାତିର ନକରି ଆଗ୍ରହର ସହ କିଣନ୍ତି ଗ୍ରାହକ । ବଡା ଛତୁ ମୌସୁମୀର ପ୍ରଥମ ବର୍ଷା ପରେ ଶାଳ ଗଛର ମୂଳରୁ ବାହାରିଥାଏ । ଆଦିବାସୀ ପୁରୁଷ ଓ ମହିଳାମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରିଥାନ୍ତି ଓ ବଜାରରେ ଆଣି ବିକ୍ରୀ କରିଥାନ୍ତି । ପରେ ପରେ ଏହି ମୂଲ୍ୟ କମିବା ବି ଦେଖାଯାଇଛି । ଏହି ବଡା ଛତୁ ଏବେ ନବରଙ୍ଗପୁର ଜିଲ୍ଲା ବାହାରକୁ ବି ରପ୍ତାନୀ ହେଉଛି ।