ସଂସଦର ସେଂଟ୍ରାଲ୍ ହଲରେ ହେବ ମଧ୍ୟରାତ୍ରି ଉତ୍ସବ ।

22

କନକ ବ୍ୟୁରୋ: ୧୯୪୭ ଅଗଷ୍ଟ ୧୫ରେ ମିଳିଥିବା ରାତି ଅଧିଆ ସ୍ୱାଧୀନତାର ଉତ୍ସବକୁ ସଂସଦର ଯେଉଁ ସେଂଟ୍ରାଲ୍ ହଲରେ ପାଳନ କରାଯାଇଥିଲା ତାହାକୁ ସାମଗ୍ରୀ ଏବଂ ସେବା ଟିକସ ତଥା ଜିଏସଟି ଘୋଷଣା ପାଇଁ ବ୍ୟବହାର କରାଯିବ ।

ଜୁନ୍ ୩୦ର ରାତି ୧୧ଟାରୁ ଉତ୍ସବ ଆରମ୍ଭ ହେବ ଏବଂ ମଧ୍ୟ ରାତ୍ରିରେ ଜିଏସଟି ଆରମ୍ଭ ବିଷୟରେ ଘୋଷଣା କରାଯିବ । ଘଂଟ ବଜାଇ ଜିଏସଟି ଆସିଗଲା ବୋଲି ଘୋଷଣା କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ବକ୍ତା ଭାବେ ଯୋଗ ଦେବେ । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଏହି ଉତ୍ସବରେ ଆମନ୍ତ୍ରଣ କରାଯିବ ଏଥିସହିତ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚଡି ଦେବଗୌଡାଙ୍କୁ ମଧ୍ୟ ଆମନ୍ତ୍ରଣ କରାଯିବାର କାର୍ଯ୍ୟକ୍ରମ ରହିଛି ।