ସହର ଭିତରେ ନଈର ଭ୍ରମ: ପୁରୀ ସୁଜାତାନଗରରେ କମୁନି ଜଳ ସମସ୍ୟା, ଏବେ ବି ଜମି ରହିଛି ବର୍ଷା ପାଣି, ବ୍ୟାପୁଛି ରୋଗ ସଂକ୍ରମଣ

42

କନକ ବ୍ୟୁରୋ: ପୁରୀ ସୁଜାତା ନଗରରେ କମୁନି ଜଳସମସ୍ୟା । ଏବେ ବି ସହରର ଏକ ନମ୍ବର ୱାର୍ଡରେ ଜମି ରହିଛି ବର୍ଷା ପାଣି । ଏଠାରେ ଦୁଇଦିନ ହେଲା ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏବେ ବି ପାଣି କମିବାର ନାଁ ନେଉନାହିଁ , ଅଂଟାଏ ପାଣି ଜମି ରହିଛି । ବର୍ଷା ପାଣି ଜମିବାରୁ ସଂକ୍ରମଣ ବ୍ୟାପୁଛି । ଲୋକ ବିଭିନ୍ନ ପ୍ରକାରର ରୋଗରେ ପଡୁଛନ୍ତି ।

ପୁରୀ ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡ ସୁଜାତା ନଗରରେ ବର୍ଷା ପାଣିରେ ପ୍ରାୟ ୧୦ ହଜାର ଲୋକ ଜଳବନ୍ଦୀ ଅଛନ୍ତି । ପାଣି ଘେରରେ ଥିବା ଲୋକ ଥଣ୍ଡା ଜ୍ୱର ଓ ବିଭିନ୍ନ ପ୍ରକାର ଚର୍ମରୋଗରେ ଆକ୍ରାନ୍ତ ହୋଇଛନ୍ତି । ତହସିଲଦାର, ଜନସ୍ୱାସ୍ଥ୍ୟ ବିଭାଗ ଓ ଆର ଆଇ ଘଟଣା ସ୍ଥଳରେ ପହଚିଂ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜଳ ନିଷ୍କାସନ ପାଇଁ ଟ୍ୟାଙ୍କର ଓ ବଡ ପମ୍ପସେଟ ଲାଗିଛି ।

ଏବେ ରାସ୍ତା ଉପରେ ଏବେ ପ୍ରାୟ ଅଂଟାଏ ଉଚ୍ଚର ପାଣି ଜମିରହିଛି । ଘରୁ ବାହାରକୁ ବାହାରି ହେଉନି । ଅନେକ ଘର ଭିତରେ ମଧ୍ୟ ପାଣି ପଶିଯାଇଛି । ଯଦି ବି କେହି ବାହାରୁଛନ୍ତି ତେବେ ସେମାନଙ୍କୁ ଡଙ୍ଗାରେ ପାରି ହେବା ପାଇଁ ପଡୁଛି ।