କାଲିର ଶତ୍ରୁ ଆଜିର ମିତ୍ର ! ଇତିଶ୍ରୀ ହତ୍ୟା ମାମଲାରେ ଜୟରାମଙ୍କ ବିରୋଧରେ ଆନ୍ଦୋଳନ କରିଥିଲା ବିଜେପି

20

କନକ ବ୍ୟୁରୋ : ଯାହାଙ୍କୁ ବିରୋଧ କରି ରାଜ୍ୟପାଳଙ୍କ ପାଖରେ ଫେରାଦ ହେଉଥିଲା ଦଳ ତାଙ୍କୁ ଏବେ କୋଳେଇ ନେଇଛି । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ହତ୍ୟା ଘଟଣାରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀକୁ ବିରୋଧ କରି କାଠଗଡାରେ ଠିଆ କରାଇଥିଲା ବିଜେପି । କିନ୍ତୁ ଏବେ ତାଙ୍କୁ ପାଛୋଟି ନେଇଛି ନିଜ ଦଳକୁ । ସମୟଚକ୍ରରେ ଶତ୍ରୁ ବନିଯାଇଛି ମିତ୍ର । ସମୟ ସହ ବଦଳିଯାଇଛି ଚରିତ୍ରର ଚିତ୍ର ।

୨୦୧୩ ମସିହାରେ ଟିକିରିର ଶିକ୍ଷୟତ୍ରୀ ଇତିଶ୍ରୀଙ୍କ ମୃତ୍ୟୁ ପୂର୍ବରୁ ଦେଇଥିବା ବୟାନରେ ତତ୍କାଳୀନ ସାଂସଦ ଜୟରାମ ପାଙ୍ଗୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲା ବିଜେପି । ରାଜ୍ୟ ସରକାରଙ୍କୁ ବରଖାସ୍ତ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲା ଦଳ । ଏବେ ବିଜେଡିରୁ ବିଦା ହୋଇଥିବା ସେହି ନେତାକୁ ଆପଣେଇ ନେଇଛି ବିଜେପି । ଏହା ସହ ବଦଳିଛି ଦଳର ଆଭିମୁଖ୍ୟ । ଆଜି ଯିଏ ଶତ୍ରୁ, କାଲି ସେ ମିତ୍ର । ଏହା ରାଜନୀତିର ଏକ ମହାମନ୍ତ୍ରା ଏହା ପୁଣି ପ୍ରମାଣିତ ହୋଇଛି ।