ସେକ୍ସ ସିଡି ଓ ରିଷି ହତ୍ୟା ମାମଲା : ତଦନ୍ତକାରୀ ଅଧିକାରୀ ନଥିବାରୁ ଘୁଂଚିଲା ପ୍ରଦୀପ ପାଣ୍ଡେ ଓ ଇତିଶଙ୍କ ବୟାନ ରେକର୍ଡ

32

କନକ ବ୍ୟୁରୋ : ଛାତ୍ର କଂଗ୍ରେସର ସଭାପତି ଇତିଶ ପ୍ରଧାନ ଓ ନିଆଁଖୁଂଟା ଡଟ୍ କମର ମୁଖ୍ୟ ପ୍ରଦୀପ ପାଣ୍ଡେ ଆଜି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି  । ୧୬୧ ଧାରାରେ ବୟାନ ରେକର୍ଡ ପାଇଁ ଉଭୟେ କ୍ୟାପିଟାଲ ଥାନାରେ ପହଂଚିଥିଲେ ମଧ୍ୟ ତଦନ୍ତକାରୀ ଅଧିକାରୀ ଅନୁପସ୍ଥିତ ଥିବାରୁ ବୟାନ ରେକର୍ଡ ହୋଇପାରିନାହିଁ ।

କମିଶନରେଟ ପୁଲିସର ସୂଚନା ଆଧାରରେ, ତଦନ୍ତକାରୀ ଅଧିକାରୀ ଆବଶ୍ୟକ ମନେ କଲେ ମେୟରଙ୍କୁ ମଧ୍ୟ ଥାନାକୁ ଡାକି ପଚରାଉଚରା କରିପାରନ୍ତି । ସେପଟେ ରିଷି ମୃତ୍ୟୁ ମାମଲାରେ ଡାକ୍ତରଙ୍କୁ ଫାଇନାଲ ଓପିନିୟନ ମଗାଯାଇଛି । ପୁର୍ବରୁ ରିଷିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଭିସେରା ରିପୋର୍ଟ ଆସି ସାରିଛି । ଏବେ ୨ଟି ଯାକ ରିପୋର୍ଟ ପରେ, ଡାକ୍ତର ନିଜର ଫାଇନାଲ ମତ ଦେବେ ।