ଆଇଟିଆର୍ ନକଲି ନିଯୁକ୍ତି ମାମଲା ! ଆଉ ଜଣେ ଅଭିଯୁକ୍ତ ବିକାଶ ଲୁନାଏକକୁ ଗୁରଗାଓଁରୁ ଗିରଫ କଲା ପୁଲିସ୍

22

କନକ ବ୍ୟୁରୋ : ଆଇଟିଆର ନକଲି ନିଯୁକ୍ତି ମାମଲାରେ ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍ । ଅଭିଯୁକ୍ତ ବିକାଶ ଲୁନାଏକକୁ ଗୁରଗାଓଁରୁ ଗିରଫ କରିଛି କମିସନରେଟ୍ ପୁଲିସ୍ । ଆଜି ସାମ୍ବାଦିକ ସମ୍ମିଳନୀ କରି ପୁଲିସ୍ କମିସନର ୱାଇ ବି ଖୁରାନିଆ ଏନେଇ ସୂଚନା ଦେଇଛନ୍ତି । ବିକାଶ ପାଖରୁ ନକଲି ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ବିକାଶ ଲିଙ୍କରେ ଅନେକ ବ୍ୟକ୍ତିଙ୍କ ସଂପୃକ୍ତି ରହିଛି । ପ୍ଲେସମେଂଟରେ ନିଜେ ବିକାଶ ଉପସ୍ଥିତ ଥିବା ବେଳେ ଓଡିଶାକୁ ୫ଟି କଂପାନୀ ନେଇକି ଆସିଥିବା ଜଣାପଡିଛି ।