କନକ ବ୍ୟୁରୋ : ଜିଓ ୪ଜି ଫୋନକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ଆଣିଛି ନୂଆ ପ୍ଲାନ୍ । ଜିଓକୁ ମାତ୍ ଦେବା ପାଇଁ ଶସ୍ତା ମୋବାଇଲ୍ ନିର୍ମାତା କମ୍ପାନୀ ଆଇଟେଲ୍ ସହ ହାତ ମିଳାଇଛି ଭୋଡାଫୋନ୍ । ପ୍ରାୟ ୮୦୦ଟଙ୍କାରୁ ଆରମ୍ଭ ହୋଇଥାଏ ଆଇଟେଲ୍ ମୋବାଇଲ୍ ଦାମ୍ । ଏବେ ଏହି ୮୦୦ଟଙ୍କାର ଆଇଟେଲ୍ ମୋବାଇଲ୍ କିଣିଲେ ଭୋଡାଫୋନ୍ ତରଫରୁ ଗ୍ରାହକଙ୍କୁ ମିଳିବ ୯୦୦ଟଙ୍କା କ୍ୟାସବ୍ୟାକ୍ । ତେବେ ଏହି କ୍ୟାସବ୍ୟାକ୍ ଟକଟାଇମ୍ ଜରିଆରେ ମିଳିବ ।

ଭୋଡାଫୋନର ଏହି ଅଫରର ଲାଭ ଉଭୟ ନୂଆ ଏବଂ ପୁରୁଣା ଗ୍ରାହକ ଉଠାଇପାରିବେ । କିନ୍ତୁ ଏଥିପାଇଁ ଗ୍ରାହକଙ୍କୁ ଆଇଟେଲ୍ ମୋବାଇଲ୍ କିଣିବାକୁ ପଡିବ । ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଫର୍ ଅକ୍ଟୋବର ୩୧ରେ ଶେଷ ହେବ । ମୋବାଇଲ୍ କିଣିବା ପରେ ଗ୍ରାହକଙ୍କୁ ପ୍ରତି ମାସରେ ୧୦୦ଟଙ୍କା କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବାକୁ ପଡିବ । ଏହି ରିଚାର୍ଜ ପରେ ଭୋଡାଫୋନ୍ ତରଫରୁ ଅତିରିକ୍ତ ୫୦ଟଙ୍କା ଟକଟାଇମ୍ ମିଳିବ । ଏହିପରି ୧୮ ମାସ ପର୍ଯ୍ୟନ୍ତ ପ୍ରତିମାସରେ ୧୦୦ଟଙ୍କା ରିଚାର୍ଜ କରି ୫୦ ଟଙ୍କା ହିସାବରେ ୯୦୦ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ ଗ୍ରାହକ ।

ସୌଜନ୍ୟ : ଇଣ୍ଡିଆନ୍ ଏକ୍ସପ୍ରେସ୍

Comments

comments