ଇଟାଲିରେ କରୋନା ସ୍ଥିତି ଅଣାୟତ ! ଗତକାଲି ଗୋଟିଏ ଦିନରେ ପ୍ରାୟ ହଜାରେ ଲୋକଙ୍କ ମୃତ୍ୟୁ ସୂଚନା

୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା । ଆକ୍ରାନ୍ତ ସଂଖ୍ୟା ୮୬ ହଜାରରୁ ଅଧିକ

3,263

କନକ ବ୍ୟୁରୋ: ବିଶ୍ୱ ମହାମାରୀ କରୋନା ସବୁଠାରୁ ଅଧିକ ଇଟାଲିରେ ଆତଙ୍କ ଖେଳାଇଛି । ଚୀନର ଉହାନରୁ ବାହାରି ୟୁରୋପରେ ଇଟାଲିକୁ ନିଜର କେନ୍ଦ୍ରସ୍ଥଳ ବନାଇଛି ଏହି ମାରାତ୍ମକ ଭୂତାଣୁ । ଆହୁରି ସାଂଘାତିକ ହେଉଛି, ଗତକାଲି ଗୋଟିଏ ଦିନରେ ଇଟାଲିରେ ୧ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରକୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିସାରିଲାଣି । ପ୍ରତିଦିନ ୫ଶହରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଇଟାଲି ପାଇଁ ବଡ ସଂକଟ ନେଇଆସିଛି ।

ଗୁରୁବାର ୭୧୨, ବୁଧବାର ୬୮୩, ମଙ୍ଗଳବାର ୭୪୩, ସୋମବାର ୬୦୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ଭଳି ଅନ୍ୟ ୟୁରୋପୀୟ ଦେଶକୁ ମଧ୍ୟ କରୋନା ଆତଙ୍କ କଲବଲ କରୁଛି । ସମଗ୍ର ୟିରୋପ କଥା ଦେଖିଲେ ୩ ଲକ୍ଷରୁ ଅଧିକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପଛକୁ ଆମେରିକାରେ କରୋନା ଭୂତାଣୁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରହିଛି । ତେବେ ବଡକଥା ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚୀନଠାରୁ ବଢିଯାଇଛି । ଏବେ ସହାୟତା ପାଇଁ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।