ମରଣ ମୁହଁରୁ ବଂଚାଇପାରେ କଖାରୁ ମଂଜି ! ଜାଣନ୍ତୁ ଏହାର ଛଅଟି ଫାଇଦା ।

191

ସାଧାରଣତଃ କଖାରୁ ଭୋଜନ କରିବାକୁ ବହୁ କମ ଲୋକ ପସନ୍ଦ କରିଥାନ୍ତି । ଯେଉଁ ଲୋକମାନେ ଏହାକୁ ଖାଆନ୍ତି ବି ସେମାନେ ଏହାର ମଞ୍ଜିକୁ ଫିଙ୍ଗିିଦେଇଥାନ୍ତି । କିନ୍ତୁ ଆପଣ ଏହି କଖାରୁମଞ୍ଜିର ଉପକାରିତା ସମ୍ବନ୍ଧରେ ପ୍ରାୟ ଜାଣିନଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ?

କଖାରୁ ମଞ୍ଜି ଭୋଜନକରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ଭୋଜନକରିବା ଦ୍ୱାରା ମଧୁମେୟ ଓ ହରମୋନ ଭଳି ସମସ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟତ କରେ । ତେବେ, ଆସନ୍ତୁ ଜାଣିବା କଖାରୁ ମଞ୍ଜିରେ ରହିଥିବା କେତେକ ଉପକାରିତା ସମ୍ବନ୍ଧରେ ।

ଯଦି ଆପଣମାନଙ୍କୁ ରାତିରେ ନିଦ ଆସୁ ନାହିଁ । ତା’ହେଲେ ଖୀର ସହ କଖାରୁ ମଞ୍ଜି ନେଇ ଖାଆନ୍ତୁ । ଦେଖିବେ ଆପଣଙ୍କୁ ଶିଘ୍ର ନିଦ ଆସି ଯିବ ।

ଆପଣ ଖିର ସହ କଖାରୁ ମଞ୍ଜିକୁ ମିଶେଇ ଖାଇବାକୁ ପସନ୍ଦ କରୁନାହାନ୍ତି । ତାହା ହେଲେ ମଞ୍ଜିକୁ ଭାଜି ଆପଣ ସେବନ କରିପାରିବେ । ୧୦ ରୁ ୧୫ ଖଣ୍ଡ ମଞ୍ଜି ସେବନ କରନ୍ତୁ ।

ଏହି ମଞ୍ଜିରେ ଭିଟାମିନ-୧୬ ପୋଷଣ ରହଛି । ଯାହା କ୍ୟାନସର ରୋଗକୁ ନିୟନ୍ତ୍ରଣକରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

କଖାରୁମଞ୍ଜିରେ ବହୁ ମାତ୍ରାରେ ଭିଟାମିନ ରହିଛି । ଯାହାଦ୍ୱାରା କୋଲେଷ୍ଟ୍ରଲ ସ୍ତର ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ହୃଦଘାତ ସମସ୍ୟାରୁ ବଂଚିତ କରେ ।

ଆପଣଙ୍କ ସୁଗାର ଲେଭଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମଧ୍ୟ କରିଥାଏ କଖାରୁ ମଞ୍ଜି । ଯାହା ମଧୁମୟ ରୋଗଠାରୁ ଦୂରେଇ ରଖେି ।