ଶେଷ ତାରିଖ ପରେ ମଧ୍ୟ ଆୟକର ଦାଖଲ କରି ନାହାନ୍ତି କି ?ଦେବାକୁ ପଡ଼ିବ ଜରିମାନା

32

ଗତକାଲି (୩୧ ଅଗଷ୍ଟ) ଥିଲା ଆୟକର ଦାଖଲ କରିବାର ଶେଷ ତାରିଖ । ଚଳିତ ବର୍ଷ ଲାଗି ଆୟକର ଦାଖଲର ଶେଷ ତାରିଖ ୩୧ ଜୁଲାଇ ରହିଥିବା ସମୟରେ ଆୟକର ବିଭାଗ ଏହାକୁ ଏକ ମାସ ଘୁଞ୍ଚାଇ ଦେଇଥିଲେ । ଯେଉଁମାନେ ଗତକାଲି ସୁଦ୍ଧା ନିଜର ଆୟକର ରିଟର୍ଣ୍ଣ ଦାଖଲ କରି ନପାରିନାହାନ୍ତି , ସେମାନଙ୍କୁ ନିମ୍ନଲିଖିତ କାର୍ଯ୍ୟାନୁଷ୍ଠାନର ଶିକାର ହେବାକୁ ପଡିବ ।

ଜରିମାନା:୫,୦୦୦ରୁ ୧୦,୦୦୦

ଶେଷ ତାରିଖ ପରେ ଯେଉଁମାନେ ଆୟକର ରିଟର୍ଣ୍ଣ ଦାଖଲ କରିବେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିବ । ଯଦି ଆପଣଙ୍କ ଆୟ ବାର୍ଷିକ ୫ ଲକ୍ଷରୁ କମ୍‌ ତେବେ ୧୦୦ଟଙ୍କାର ଜରିମାନା ଲାଗିବ । ସେହିପରି ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଅଧିକ ଓ ଆପଣ ଡିସେମ୍ବର ୩୧, ୨୦୧୮ ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି, ତେବେ ଆପଣ ୫୦୦୦ଟଙ୍କା ଜରିମାନା ଦେବେ । ଯଦି ଏହି ତାରିଖ ବି ଟପିଯାଏ ତେବେ ଜରିମାନା ରାଶି ୧୦,୦୦୦ ହୋଇଯିବ ।

ବକେୟା ଆୟକର ଉପରେ ଲାଗିବ ସୁଧ – ଯଦି ବିଳମ୍ବରେ ଆୟକର ରିଟର୍ଣ୍ଣ ଦାଖଲ କରନ୍ତି,ତେବେ ଆପଣଙ୍କୁ ବକେୟା ଆୟକର ସହ ସୁଧ ମଧ୍ୟ ଦେବାକୁ ପଡ଼ିବ।  ଅତିକମ୍‌ରେ ଆପଣଙ୍କୁ ବକେୟା ଆୟକର ଉପରେ ୧% ସୁଧ ଦେବାକୁ ପଡ଼ିବ ।

ବିଳମ୍ବ ହେବ ରିଫଣ୍ଡ୍‌ – ଶେଷ ତାରିଖ ଗଡ଼ିଯିବା ପରେ ଯଦି ଆୟକର ରିଟର୍ଣ୍ଣ ଦାଖଲ କରନ୍ତି ତେବେ ଆପଣଙ୍କର ରିଫଣ୍ଡ ପାଇବା ବିଳମ୍ବିତ ହୋଇପାରେ । କାରଣ ଆୟକର ବିଭାଗ ପ୍ରଥମେ ଆସିଥିବା ରିଟର୍ଣ୍ଣକୁ ହିସାବ ଲାଗିପ୍ରଥମେ ଗ୍ରହଣ କରିଥାଏ । ତେଣୁ ଆପଣ ଯଦି ଆୟକର ଦାଖଲରେ ଅଯଥା ବିଳମ୍ବ କରନ୍ତି ତେବେ ଆୟକର ବିଭାଗ ଠାରୁ ରିଟର୍ଣ୍ଣ ପାଇବାରେ ମଧ୍ୟ ବିଳମ୍ବ ହେବ ।