ତାମିଲନାଡୁର ମୁଖ୍ୟ ସଚିବଙ୍କ ବାସଭବନରେ ଆୟକର ବିଭାଗର ଚଢାଉ

27

କନକ ବ୍ୟୁରୋ: ତାମିଲନାଡୁର ମୁଖ୍ୟ ସଚିବଙ୍କ ବାସଭବନରେ ଆୟକର ବିଭାଗର ଚଢାଉ । ମୁଖ୍ୟ ସଚିବ ରାମ ମୋହନ ରାଓଙ୍କ ଚେନ୍ନାଇ ଆନ୍ନା ନଗର ସ୍ଥିତ ବାସଭବନରେ ଆୟକର ବିଭାଗ ରେଡ୍ କରିଛି । ଆୟକର ବିଭାଗର ୨୦ ଜଣିଆ ଟିମ୍ ଆଜି ସକାଳ ୫ ଟା ୩୦ରେ ମୁଖ୍ୟ ସଚିବଙ୍କ ଘରେ ଚଢାଉ କରିଛନ୍ତି । ଏହାସହ ତାଙ୍କ ପୁଅ, ସମ୍ପର୍କୀୟ ଓ ସହଯୋଗୀଙ୍କ ଚେନ୍ନାଇ, ଚିତୋର ଓ ବାଙ୍ଗାଲୁରୁରେ ୮ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି ।

ଶିଳ୍ପପତି ଜେ ଶେଖର ରେଡ୍ଡିଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଏହି ଚଢାଉ କରିଛି ଆୟକର ବିଭାଗ । କିଛି ଦିନ ପୂର୍ବରୁ ଶେଖର ରେଡ୍ଡି ଓ ତାଙ୍କ ଭାଇଙ୍କ ଚେନ୍ନାଇ ଓ ଭେଲୋର ବାସଭବନରେ ଚଢାଉ କରି ଅଚଳାଚଳ ସମ୍ପତି ପାଇଥିଲା ଆୟକର ବିଭାଗ । ୧୩୬ କୋଟି ଟଙ୍କାର ନୂଆ ଓ ପୁରୁଣା ନୋଟ୍ ସହ ପ୍ରାୟ ୧୭୭ କୋଟି ଟଙ୍କା ମୂଲ୍ୟରା ସୁନା ଜବତ କରାଯାଇଥିଲା । ଶିଳ୍ପପତି ଜେ ଶେଖର ରେଡ୍ଡି, ତାମିଲନାଡୁ ମୁଖ୍ୟ ସଚିବ ରାମ ମୋହନ ରାଓଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ଏହି ଚଢାଉ କରାଯାଇଥିବା ସନ୍ଦେହ କରାଯାଉଛି  ।