୩ ଦିନ ହେବ କୋଟିପତି ଡିଏଫଓଙ୍କ ଘରେ ଛାନଭିନ୍ : ଆୟକର ପରେ ଆଜି ଶରତ ଚନ୍ଦ୍ର ପଣ୍ଡାଙ୍କ ଘରେ ଛାପା ମାରିଛି ଭିଜିଲାନ୍ସ

27

କନକ ବ୍ୟୁରୋ : କୋଟିପଡି ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ । କଳାଧନ କାରବାର ମାମଲାରେ ଆୟକର ବିଭାଗ ତନାଘନା ଚଳାଇଥିବା ବେଳେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଖଡିଆଳ ଡିଏଫଓ ଶରତ ଚନ୍ଦ୍ର ପଣ୍ଡାଙ୍କ ଭୁବନେଶ୍ୱର ଘର ଓ ଖଡିଆଳ ଘରେ ଏକକାଳୀନ ରେଡ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ଗଲା ୩ ଦିନ ହେବ ଡିଏଫଓଙ୍କ ଘରେ ଚଢାଉ କରାଯାଉଛି । ବିମୁଦ୍ରାକରଣ ବେଳେ ୩ କୋଟି ଟଙ୍କା ଡିପୋଜିଟ୍ କରି ସ୍କାନରକୁ ଆସିଥିବା ଡିଏଫଓଙ୍କ ଘରେ ୨ ଦିନ ଧରି ଆୟକର ବିଭାଗ ଛାନଭିନ୍ କରିବା ପରେ ଆଜି ଭିଜିଲାନ୍ସର ପାଳି ପଡିଛି । ଗତକାଲି ଶରତଙ୍କ ଭୁବନେଶ୍ୱର ଘର ଓ ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ଘରେ ଚଢାଉ କରିଥିଲା ଆଇଟି ।