ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ ! ୧୦୦୦ କୋଟି ଟଙ୍କାର ବେଆଇନ୍ ସମ୍ପତି ମାମଲାରେ ଖୋଳତାଡ

20

କନକ ବ୍ୟୁରୋ : ହଜାରେ କୋଟିର ବେଆଇନ ସମ୍ପତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଦିଲ୍ଲୀ ଓ ଗୁଡଗାଁଓରେ ସକାଳ ସାଢେ ୮ଟାରୁ ଏହି ଚଢାଉ ଜାରି ରହିଛି ।

ଲାଲୁଙ୍କ ସହ ସାଂସଦ ପ୍ରେମଚନ୍ଦ ଗୁପ୍ତାଙ୍କ ପୁଅଙ୍କ ଘରେ ବି ରେଡ ଚାଲିଛି । ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି ଏ ନେଇ ଅଭିଯୋଗ କରିଥିଲେ । ସେ ହଜାର କୋଟିର ବେଆଇନ ସମ୍ପତି ମାମଲାରେ ଲାଲୁ ଯାଦବ, ପ୍ରେମଚନ୍ଦ ଗୁପ୍ତା ଓ ଅନ୍ୟମାନଙ୍କ ନାଁରେ ଅଭିଯୋଗ ଆଣିଥିଲେ ।