୪ ଦିନ ହେଲା ବୋରୱେଲ ଭିତରୁ ବାହାରି ପାରିନି ଶିଶୁ : ତାମିଲନାଡ଼ୁ ତିରୁଚିରାପଲ୍ଲୀରେ ଶୁକ୍ରବାର ଠାରୁ ୩୦ ଫୁଟ ଗଭୀର ବୋରୱେଲ ଭିତରେ ଖସିପଡ଼ିଛି ଶିଶୁ

525

କନକ ବ୍ୟୁରୋ : ୪ ଦିନ ହେଲା ବୋରୱେଲ ଭିତରୁ ବାହାରି ପାରିନି ଶିଶୁ । ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଲାଗିପଡ଼ିଛନ୍ତି ଉଦ୍ଧାରକାରୀ ଦଳ । ତାମିଲନାଡ଼ୁ ତିରୁଚିରାପଲ୍ଲୀ ଜିଲ୍ଲାର ନାଦୁକଟୁପଟି ଠାରେ ଶୁକ୍ରବାର ସଂଧ୍ୟାରେ ଶିଶୁଟି ଖେଳୁଥିବା ସମୟରେ ପ୍ରାୟ ୩୦ ଫୁଟ ଗଭୀର ବୋରୱେଲ ଭିତରକୁ ଖସିପଡ଼ିଥିଲା । ଶିଶୁକୁ ସୁରକ୍ଷିତ ଭାବେ ବାହାରକୁ କାଢ଼ିବା ପାଇଁ ଅତ୍ୟାଧୁନିକ ମେସିନ ଦ୍ୱାରା ବୋରୱେଲ ଚାରିପାଖ ଖନନ କରାଯାଉଛି । ଶିଶୁକୁ ୩୦ ଫୁଟ ଗଭୀର ଭିତରୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର ଜୋରଦାର ଉଦ୍ୟମ କରୁଛନ୍ତି । ଉପମୁଖ୍ୟମନ୍ତ୍ରୀ ପନୀରସେଲଭମ ଗତକାଲି ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ତେବେ ସୂଚନା ଅନୁସାରେ ପଥୁରିଆ ଜାଗା ହୋଇଥିବାରୁ ସମାନ୍ତରଳ ଗର୍ତ୍ତ ଖନନ ପାଇଁ ମୁତୟନ ହୋଇଥିବା ରିଗ୍ଟି ମାତ୍ର ୪୦ ଫୁଟ୍ ଗଭୀର ଯାଏଁ ଗାତ କରିଛି । ୧୦୦ ଫୁଟ୍ ଗାତ ଖୋଳିବାକୁ ପ୍ରାୟ ୧୨ ଘଣ୍ଟା ଲାଗିପାରେ । ଏହାପରେ ସୁଡ଼ଙ୍ଗ ଖୋଳାଯାଇ ବୋରେଓ୍ଵଲରେ ଥିବା ପିଲା ନିକଟକୁ ଯିବାକୁ ପଡ଼ିବ । ପଥର କାଟି ଶୀଘ୍ର ଗାତ ଖୋଳିବା ପାଇଁ ଚେନ୍ନାଇରୁ ଅଧିକ ଟାଣୁଆ ବ୍ଲେଡ୍ ମଗାଯାଇଛି । ଶୁକ୍ରବାର ସନ୍ଧ୍ୟା ସାଢ଼େ ପାଞ୍ଚଟା ବେଳେ ପିଲାଟି ଗହ୍ଵର ମଧ୍ୟକୁ ଖସି ପଡ଼ିଥିଲା। ସୋମବାର ଦିନକୁ ମିଶାଇ ତାକୁ ଉଦ୍ଧାର କରିବା କାର୍ୟ୍ୟ ଚତୁର୍ଥ ଦିନରେ ପ୍ରବେଶ କରିଛି । ପ୍ରଥମେ ସେ ୩୦ ଫୁଟ୍ ଗଭୀରରେ ଲାଖି ରହିଥିଲା ପରେ ଆହୁରି ତଳକୁ ଖସି ୯୦ ଫୁଟ୍ ଗଭୀରରେ ଲାଖିଛି ।