ଦେଶରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା । ୨୪ ଘଣ୍ଟାରେ ୭୭୩ ଆକ୍ରାନ୍ତ, ୩୨ ମୃତ, ମୋଟ ଆକ୍ରାନ୍ତ ସଂଖ୍ୟା ୫ହଜାର ୧୯୪ । ସୁସ୍ଥ ହୋଇ ଘରକୁ ଫେରିଲେ ୪୦୨ ଜଣ ।

925

କନକ ବ୍ୟୁରୋ: ଭାରତରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟ। । ଗତ ୨୪ ଘଂଟା ଭିତରେ ଦେଶରେ ୭୭୩ଟି ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଭାରତରେ କରୋନା ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୧୯୪ରେ ପହଁଚିଛି । ତେବେ ଚିନ୍ତାଜନକ ବିଷୟ ହେଲା କି, ଗତ ୨୪ ଘଂଟାରେ କରୋନା ଭୂତାଣୁରେ ୩୨ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ କୁମାର ଅଗ୍ରୱାଲ ।

ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଭୂତାଣୁରେ ମୃତ୍ୟୁ ସଂଖ୍ୟା ୧୪୯ରେ ପହଁଚିଛି । ଏହାସହ ୪୦୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଦେଶରେ ହାଇଡ୍ରୋକ୍ସି କ୍ଲୋରୋକ୍ୱିନର କୌଣସି ଅଭାବ ନାହିଁ ଓ ଭବିଷ୍ୟତରେ ଏହି ଔଷଧର ଅଭାବ ଦେଖାଯିବାର ସମ୍ଭାବନା ନାହିଁ ବୋଲି କନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ପଷ୍ଟ କରିଛି ।

ହାଇଡ୍ରୋକ୍ସି କ୍ଲୋରୋକ୍ୱିନ କେତେକ ବିଶେଷ କ୍ଷେତ୍ରରେ ରୋଗୀ ଓ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥାଏ । ଏହା କେବଳ ଡାକ୍ତରଙ୍କ ପରାମର୍ଶରେ ହିଁ ନିଆଯାଇପାରିବ ବୋଲି ଲବ କୁମାର ଅଗ୍ରୱାଲ କହିଛନ୍ତି । ହସ୍ପିଟାଲ ଗୁଡ଼ିକରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏଥିପାଇଁ ହସ୍ପିଟାଲ ଗୁଡ଼ିକରେ ବ୍ୟବହାରଗତ ପରିବର୍ତ୍ତନ ଉପରେ ବିଚାର କରାଯାଉଛି ।